କମ୍ପାନୀ ମାନଙ୍କ କୁଟ ଚକ୍ରାନ୍ତ ରେ ଓଡିଶା ର ଚାଷୀ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ପ୍ରଶାସନ ର ଜାଣତ ରେ ବିଭିନ୍ନ କମ୍ପlନୀ ଓଡିଶା ର ସରଳ ଚାଷୀ ଙ୍କୁ ମାଈ ଧାନ -ଅଣ୍ଡିରା ଧାନ ଚାଷ କୁ ପୁନଃ ଆରମ୍ଭ କରିଛି,ଯାହାକି ୮ବର୍ଷ ତଳେ ଚାଷ କରି ବରଗଡ଼ ଚାଷୀ କ୍ଷତି ଗ୍ରସ୍ତ ହୋଇ ସେହି କମ୍ପାନୀ କୁ ବିତାଡିତ କରିଥିଲେ.। କୃଷକ କଲ୍ୟାଣ କାର୍ଯ୍ୟ କ୍ରମ ରେ ଜୈବିକ କୃଷି, ଗୋଆଧାରିତ କୃଷି, ପ୍ରlକୃତିକ କୃଷି ପାଇଁ ଗୁରୁତ୍ୱ ଦେବା ସମୟରେ ସରଳ ଚାଷୀ ଙ୍କୁ ପ୍ରଲୋଭନ ତଥା ମିଛ କଥା କହି ଉପରୋକ୍ତ ତଥା କଥିତ ଅଧିକ ଉଦପାଦନ କ୍ଷମ ବୋଲି ବିହିତ କରି ମାଈ ଧାନ -ଅଣ୍ଡିରା ଧାନ କୁ ପ୍ରୋତ୍ସାହିତ କରି ନିଜର ବ୍ୟବସାୟ କୁ ସୁ ଦୃଢ କରିବାରେ ଚାଲିଛି.।ଉପରୋକ୍ତ ବିଷୟ ରେ ଭାରତୀୟ କିସାନସଂଘ, ଓଡିଶା ଉଦବେଗ କରିବା ସହିତ ଉକ୍ତ କମ୍ପାନୀ କିପରି କାହା ଦ୍ୱାରା ସ୍ୱୀକୃତି ପାଇଲା ଏବଂ କେଉଁ ସରକାରୀ ସଂସ୍ଥା ଏହାକୁ ଅନୁମୋଦନ ବା ଅନୁମତି ଦେଲା ସେ ବିଷୟରେ ଭାରତୀୟ କିସାନ ସଂଘ ତଦନ୍ତ ଦାବୀ କରିବା ସହିତ ବିଭିନ୍ନ ସମୟରେ GM ବିହନ ଉପରେ ପ୍ରତିବାଦ କରି ଅସୁଥିଲେହେଁ ତାର ସୁଫଳ ପାଇବାର ଦୂର କଥା କିନ୍ତୁ ଏବେ ଓଡିଶା ର ସରଳ ଚାଷୀ ଙ୍କୁ କମ୍ପାନୀ ତରଫରୁ ମାଈ ଧାନ -ଅଣ୍ଡିରା ଧାନ ଚାଷ କରାଉଛି ଫଳ ସ୍ୱରୂପ ଓଡିଶା ର କୃଷି ଓ କୃଷକ ଆଗାମୀ ଦିନରେ ପ୍ରତlରିତ /ଠକେଇ ହେବାର ଆଶଙ୍କା ରହୁଛି,ଏ ପରିପେକ୍ଷୀ ରେ ସଂଗଠନ ନିମ୍ନ କେତେକ ବିଷୟ ପ୍ରତି ସରକାର ଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛି।
୧.ଏ ବିହନ କେବେ ବିଜ୍ଞପ୍ତି ହେଲା ?
୨.ଏ ବିହନ ସାର୍ଟିଫ।ଏଡ଼ କି ?
୩.ବିନା ବିଜ୍ଞପ୍ତି ରେ ଯଦି ଏ ପ୍ରକାର ବେଆଇନ ଫସଲ ,ତେବେ ସେ ଫସଲ କୁ ତୁରନ୍ତ ଜବତ କରାଯାଉ .ଆଉ ନଷ୍ଟ କରାଯାଉ .
୪.ଚାଷୀ କୁ କ୍ଷତି ପୁରଣ ଦେବାପାଇଁ କମ୍ପାନୀ କୁ ବାଧ୍ୟ କରାଯାଉ .
୫.ଏ ପ୍ରକାର ବିହନ କମ୍ପାନୀ ର ଏକଚାଟିଆ .ବିନା ଅନୁମତି ରେ ନିଷିଦ୍ଧ ବିହନ ପ୍ରୟୋଗ ଦଣ୍ଡନୀୟ ତେଣୁ ସେ. କମ୍ପାନୀ କୁ ନିଷିଦ୍ଧ କରା ଯାଉ
୬.କୌଣସି ଖାଦ୍ୟ ଫସଲ ବିହନ GM ହେବା ପାଇଁ ଏ ପର୍ଯ୍ୟନ୍ତ ଅନୁମତି ମିଳିନି .ଏ ବିହନ GM କି ନୁହେଁ ତାର ଯାଞ୍ଚ ହେଉ .
୭.ଏହା ପରୁଷ ନପୁଂସକତା ବିହନ ଭଳି ଲାଗୁଚି .ତାର ସତ୍ୟାପନ କରାଯାଉ।
ଉପରୋକ୍ତ ଚାଷୀ ବିରୋଧୀ ଚାଷ ର ସତ୍ୟା ସତ୍ୟ ର ତଦନ୍ତ କରି କମ୍ପlନୀ ଉପରେ ବିହିତ କାର୍ଯ୍ୟନୁଷ୍ଟ।ନ କରିବାକୁ ସଂଗଠନ ଦାବୀ କରିବା ସହିତ ଓଡିଶା ର ଉପ ମୁଖ୍ୟ ମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ପ୍ରତିବାଦ ପତ୍ର ଜିଲ୍ଲା ପାଳଙ୍କୁ ପ୍ରଦାନ କରି ଆଗାମୀ ଦିନରେ କୃଷି ଓ କୃଷକ ର ଏହି ସମସ୍ୟା ସମାଧାନ ନହେଲେ ସଂଗଠନ ଆନ୍ଦୋଳନ ର ପନ୍ଥା ଗ୍ରହଣ କରିବ ବୋଲି ଜିଲ୍ଲା ସଭାପତି ପିତାମ୍ବର ସାହୁ ପ୍ରକାଶ କରିଥିଲେ .। ଉକ୍ତ ସମାବେଶ ରେ ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର, ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ରାଜ୍ୟ ମହିଳା ପ୍ରମୁଖ ସଂଘମିତ୍ରା ପଟେଲ, ଜିଲ୍ଲା ସମ୍ପାଦକ କବିରାଜ ସାହୁ, ସହ ସମ୍ପାଦକ କରୁଣାକର ପ୍ରଧାନ,ଚୈତନ୍ୟ କର୍ଣ,ଉପସଭାପତି ଜଟାଧାରୀ ପ୍ରଧାନ ଯୁବ ପ୍ରମୁଖ ସୁଦାମ ଦାଶ, ମହିଳା ପ୍ରମୁଖ ସୁଷମା ପ୍ରଧାନ, କୋଷାଧକ୍ଷ ଭୁପାଳ ବିଶି, ଉପଦେଷ୍ଟା ସୁବାଷ ପଧାନ,ତଥା ସଦସ୍ୟ ପ୍ରଶାନ୍ତ ବାରିକ,ପଦ୍ମନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ll