କରୋନାର ବଡ଼ ଶତ୍ରୁ ’ଖରା’

ସାରା ବିଶ୍ପକୁ ଆତଙ୍କିତ କରି ରଖିଛି କରୋନା। ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଏବେ ଭୟଙ୍କର ରୂପ ଧାରଣ କରିଛି। ପୂରା ବିଶ୍ୱ ବ୍ରହ୍ମାଣ୍ଡକୁ ନିଜ ଅକ୍ତିଆରରେ କରିନେଇଛି କରୋନା ଭାଇରସ୍‌। ଭାରତ ସମେତ ସାରା ବିଶ୍ୱର ଲୋକଙ୍କ ମନରେ ଭୟର ସଞ୍ଚାର ଖେଳିଯାଇଛି। ସବୁଠାରୁ ଦୁଃଖର କଥା ଯେ ଏତେ ଲୋକଙ୍କର ମୃତ୍ୟୁ ହୋଇସାରିବା ପରେ ବି ଏବେ ପର୍ଯ୍ୟନ୍ତ ଏହାର ସଠିକ ଉପଚାର ଜଣାପଡିନାହିଁ। ଭାରତରେ କରୋନା ସଂକ୍ରମିତ ବହୁତ ଲୋକଙ୍କୁ ଚିହ୍ନଟ କରାଯାଇସାରିଲାଣି। ଏଥିପାଇଁ କିଛି ଲୋକ ସତର୍କ ଏବଂ ସାବଧାନରେ ରହିବାକୁ ଅନ୍ୟମାନଙ୍କୁ ଗୁହାରୀ କରୁଛନ୍ତି। ଅବଶ୍ୟ ଅନେକ ଥର ଏହା ଶୁଣିବାକୁ ମିଳୁଛି ଯେ ଖରା ଆସିଲେ ଏହି କାଳରୂପୀ କରୋନା ଭାଇରସର କରାଳ ରୂପ କମିଯିବ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର ସତ୍ୟତା। କ’ଣ ସତରେ ଖରା ଆସିଲେ କମିଯିବ କରୋନା ଭାଇରସର ଭୟ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ବ୍ୟାପିବାର ଗୋଟେ କାରଣ ହେଉଛି ଥଣ୍ଡା ବା ଶୀତୁଆ ପାଗ। ଥଣ୍ଡା ପାଗରେ ଗୋଟିଏ ଜାଗାରେ ଅଧିକାଂଶ ଲୋକ ରହୁଛନ୍ତି, ଏଥିପାଇଁ ଯଦି କୌଣସି ବି ବ୍ୟକ୍ତି ଏହି ଭାଇରସର ଶିକାର ହେଲେ ତେବେ ଏହା ବହୁତ ବଡ ମାତ୍ରାରେ ବ୍ୟାପିଯିବ। ଖାସ୍‌ କରି କାଶ, ଛିଙ୍କ ଦ୍ୱାରା ଏହା ଅଧିକ ବ୍ୟାପିଥାଏ। ଶୀତୁଆ ପାଗରେ ଥଣ୍ଡା, କାଶ, ଜ୍ୱର ଏକ ସାଧାରଣ କଥା। ଏମିତିରେ ଭୂତାଣୁ ସହଜରେ ଶରୀର ମଧ୍ୟକୁ ପ୍ରବେଶ କରିପାରିବ। ବିଶେଷଜ୍ଞଙ୍କ କହିବାନୁଯାୟୀ ଅର୍ଥାତ କରୋନା ଭାଇରସର ପ୍ରସାର ଥଣ୍ଡା ଋତୁ ପାଇଁ ହେଉଛି ବୋଲି କୁହାଯାଉଛି। ସାଧାରଣତଃ ଥଣ୍ଡା ଋତୁରେ ସିଜନାଲ ଫ୍ଲୁ ଏବଂ କୋଲ୍ଡ ଭାଇରସ୍‌ ବହୁତ ମାତ୍ରାରେ ବ୍ୟାପିଥାଏ ଏବଂ ଯେମିତି ହିଁ ଗରମ ବା ଖରା ଆସିଥାଏ, ଭାଇରସ ଆପେ ଆପେ କମ୍‌ ହୋଇଯାଏ। ଜଣେ ବଶେଷଜ୍ଞଙ୍କ କହିବାନୁଯାୟୀ କରୋନା ଥଣ୍ଡା ଜଡିତ ଭାଇରସ ଅଟେ, ଯାହା କମ୍‌ ତାପମାତ୍ରାରେ ଅଧିକ ବ୍ୟାପିଥାଏ। ରିପୋର୍ଟ ଅନୁଯାୟୀ ଗରମ ବାତାବରଣରେ ନିଜକୁ ସୁରକ୍ଷା ଦେବା ଭୂତାଣୁ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ। ଭୂତାଣୁଙ୍କ ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଥମାସ୍‌ ପିଟ୍ସମନଙ୍କ ମୁତାବକ କରୋନା ଭାଇରସର ବାହାର ଆସ୍ତରଣ ଚର୍ବିରେ ଘେରି ହୋଇ ରହିଥାଏ। ଏହି ଆସ୍ତରଣ ଗରମକୁ ସହ୍ୟ କରିପାରିବ ନାହିଁ। ଯେମିତି ତାପମାନ ବଢ଼ିବାରେ ଲାଗିବ, ସେମିତି ଭାଇରସ ଆପେ ଆପେ ଗାୟବ ହୋଇଯିବ। ପ୍ରୋଟିନ ଏବଂ ଜେନେଟିକ ମାଟେରିୟାଲ ଦ୍ୱାରା ନିର୍ମିତ ଚର୍ବି କିଛି ଭାଇରସକୁ ଖରାରୁ ରକ୍ଷା କରିପାରନ୍ତି କିନ୍ତୁ କରୋନା ପାଇଁ ଏହା ବହୁତ କଷ୍ଟାସାଧ୍ୟ ଅଟେ। ବୈଜ୍ଞାନିକଙ୍କ ମୁତାବତ ଏହି ଭାଇରସର ଆକାର ୪୦୦ ରୁ ୫୦୦ ମାଇକ୍ରୋମିଟର ହୋଇଥାଏ। କରୋନା ଭାଇରସ ମେଟାଲ ସରଫେସ ଉପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରିବ। ସେହିପରି ଫେବ୍ରିକ କିମ୍ବା କପଡାରେ ଏହା ୯ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିପାରିବ। କିନ୍ତୁ ବ୍ୟକ୍ତିଙ୍କ ଶରୀରରେ ଏହା ୧୦ ମିନିଟରୁ ଅଧିକ ପର୍ଯ୍ୟନ୍ତ ଜୀବିତ ରହିପାରିବନାହିଁ। ଏଥିପାଇଁ ଡାକ୍ତର ଶରୀରର ତାପମାତ୍ରା ଏବଂ ଇମ୍ୟୁନିଟିକୁ ସଠିକ ରଖିବା ପାଇଁ ପରାମର୍ଶ ଦିଅନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ