ଅଜବ ନିୟମ : ହୋଟେଲର ପଞ୍ଚମ ମହଲାକୁ ଯିବା ମନା

ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନକାନୁନ୍ ରହିଛି। ଉତ୍ତର କୋରିଆର ବିଚିତ୍ର ଆଇନକାନୁନ୍ ବିଷୟରେ ସମଗ୍ର ବିଶ୍ବ ପରିଚିତ। ଏଠାରେ ଅନେକ ରହସ୍ୟ ଲୁଚି ରହିଛି ଯାହା ଆଜି ବି ଦୁନିଆ ସାମ୍ନାକୁ ଆସି ପାରିନାହିଁ । ମୋଟାମୋଟି ଭାବେ ଏହି ଦେଶକୁ ବାକି ଦୁନିଆ ଲୋକେ ଏକ ରହସ୍ୟମୟ ଦେଶ ଭାବରେ ହିଁ ଜାଣନ୍ତି । ଏହି ଦେଶରେ ଏମିତି ଏକ ହୋଟେଲ ଅଛି ଯାହାର ପଞ୍ଚମ ମହଲାକୁ କାହାକୁ ବି ଯିବାକୁ ଅନୁମତି ମିଳିନଥାଏ । ଏହା ପଛରେ ଏକ ଗହୀର ରହସ୍ୟ ବି ଲୁଚି ରହିଛି । ଦେଶର ରାଜଧାନୀ ପୋଙ୍ଗୟାଙ୍ଗରେ ଅବସ୍ଥିତ ଏହି ହୋଟେଲଟିର ପ୍ରକୃତ ନାଁ ହେଉଛି ‘ୟଙ୍ଗକଡା ହୋଟେଲ’ । ଏହାକୁ ଉତ୍ତରକୋରିଆର ସବୁଠୁ ବଡ ହୋଟେଲ ଭାବେ ଜଣାଯାଏ । ହୋଟେଲ କୋଠାରେ ସମୁଦାୟ ୪୭ଟି ମହଲା ଥିବା ବେଳେ ପାଖାପାଖି ୧୦୦୦ ଟି ରୁମ ଅଛି । ନାଯ୍ୟଦାଙ୍ଗ ନଦୀ କୂଳରେ ଅବସ୍ଥିତ ୟାଙ୍ଗଗ ଆଇଲ୍ୟାଣ୍ଡ ଉପରେ ହିଁ ଏହାକୁ ସ୍ଥାପିତ କରାଯାଇଥିଲା । ଚାରୋଟି ରେଷ୍ଟୁରାଣ୍ଟ, ସ୍ୱଇମିଙ୍ଗ ପି ଉଲ, ଗୋଟେ ମସାଜ ପାର୍ଲର ଥିବା ଏହାକୁ ଦେଶର ସର୍ବ ପ୍ରଥମ ବିଳାସମୟ ହୋଟେଲ ଭାବେ ମଧ୍ୟ ଜଣାଯାଏ । ଗୋଟେ ରାତି ପାଇଁ ୨୫ ହଜାର ଟଙ୍କା ଦେବାକୁ ପଡେ । ୧୯୮୬ ମସିହାରେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ୬ ବର୍ଷରେ ହିଁ ଶେଷ ହୋଇଥିଲା । ଫ୍ରାନ୍ସର ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା ଏହି ହୋଟେଲକୁ ୧୯୯୬ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । କିନ୍ତୁ ଏହି ହୋଟେଲ ପଛର ଏକ ରହସ୍ୟ ହେଉଛି ଏଠାକାର ପଞ୍ଚମ ମହଲାକୁ ସର୍ବସାଧାରଣାଙ୍କୁ ଯିବାକୁ ଅନୁମତି ମିଳିନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ