କରୋନା ମୃତ୍ୟୁସଂଖ୍ୟା ଅଢେଇ ଲକ୍ଷ ଟପିଲା

ନୂଆଦିଲ୍ଲୀ: ସାରା ବିଶ୍ବକୁ ଥରହର କରାଉଛି କୋଭିଡ୍‌-୧୯। ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ୨୧୨ଟି ଦେଶରେ ବ୍ୟାପିସାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ବିଶ୍ବରେ ୯୪,୨୬୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ୨ ଲକ୍ଷ ୬୫ ହଜାର ୯୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୮ ଲକ୍ଷ ୨୦ ହଜାର ୮୩୮ ଜଣ ଲୋକ ସଂକ୍ରମିତ ଅଛନ୍ତି। ୧୩ ଲକ୍ଷ ୩ ହଜାର ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଲକ୍ଷ ୫୨ ହଜାର ୫୮୭ ଜଣ ସକ୍ରିୟ ଅଛନ୍ତି।
ଆମେରିକାରେ ୧୨ ଲକ୍ଷ ୬୩ ହଜାର ୧୯୮ ଜଣ ସଂକ୍ରମିତ ଥିବା ବେଳେ ୭୪ ହଜାର ୮୦୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ ୨ ଲକ୍ଷ ୫୩ ହଜାର ୬୮୨ ଜଣ ସଂକ୍ରମିତ ହୋଇଥିବାବେଳେ ୨୫ ହଜାର ୮୫୭ ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୨୯ ହଜାର ୬୮୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୧୪ ହଜାର ୪୫୭ ଜଣ। ବ୍ରିଟେନ୍‌ରେ ୨ ଲକ୍ଷ ୧ ହଜାର ଶହେ ଏକ ଜଣ ସଂକ୍ରମିତ ହୋଇଥିବାବେଳେ ୩୦ ହଜାରରୁ ଊର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ୧ ଲକ୍ଷ ୭୪ ହଜାର ୧୯୧ ଜଣ ସଂକ୍ରମିତ ହୋଇଥିବାବେଳେ ୨୫ ହଜାର ୮୦୯ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ୭୨୭୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୬୮ ହଜାର ୧୬୨ ଜଣ ସଂକ୍ରମିତ ହୋଇଛନ୍ତି। ଋଷିଆରେ ୧୫୩୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି ୧ ଲକ୍ଷ ୬୫ ହଜାର ୯୨୯ ଜଣ। ତୁର୍କୀରେ ୩୫୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୩୧ ହଜାର ୭୪୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ ଓ ଇରାନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲ୍‌ରେ ୮ ହଜାର ୫୮୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଇରାନ୍‌ରେ ୬୪୧୮ ଜଣଙ୍କ ମୃତ୍ୟୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ