କରୋନା, ପାରାଦ୍ୱୀପର ଶିଳ୍ପସଂସ୍ଥାମାନେ ଭୁଲିଗଲେ ମାନବିକତା ଓ ଦାୟିତ୍ୱବୋଧ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସଂପ୍ରକି କରୋନା ମହାମାରୀ ର ଜରୁରୀ କାଳିନ ପରିସ୍ଥିତିରେ ସମଗ୍ର ଦେଶ ରେ ଲକ୍‌ଡାଉନ୍ ଜାରି ହୋଇଛି । ଏହି ଭଳି ଜଟିଳସ୍ଥିତିରେ ଚିକିତ୍ସାକାରୀ ଡାକ୍ତର ଓ କର୍ମଚାରୀ, ପୋଲିସ ପ୍ରଶାସନ, ଗଣମାଧ୍ୟମ ସଂସ୍ଥାମାନେ ଜନସାଧାଣଙ୍କ ଚିକିତ୍ସା ଲକ୍‌ଡାଉନ୍ ସମୟରେ ସାମାଜିକ ଦ୍ୱରତ୍ୱ ଓ ସଚେତନତା କ୍ଷେତ୍ରରେ ସେମାନଙ୍କ ନିଷ୍ଠାପର ସେବା ଜାରିରଖିଛନ୍ତି । ସେହିପରି ସାଧାରଣ ଲୋକଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାର ଓ ସଂକ୍ରମଣ ପ୍ରତିଷେଧକ ନୋଜ ମାସ୍କ ଯୋଗାଣ କ୍ଷେତ୍ରରେ ତଥା ଗରୀବ ଓ ପଶୁପକ୍ଷୀ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଣ ରେ ସରକାରୀ ଓ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଶିଳ୍ପ ତଥା ବନ୍ଦର ସହର ପାରାଦ୍ୱୀପ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଜିଲ୍ଲା, ପୋଲିସ, ପୌରପରିଷଦ ଓ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳରେ ଲକ୍‌ଡାଉନ୍ ଓ ସାମାଜିକ ଦ୍ୱରତ୍ୱ ଉପରେ ଗୁରୁତ୍ୱ ଦେଇ ସହରକୁ ଜିବାଣୁମୁକ୍ତ କରିବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ସେହିପରି କିଛି ହାତଗଣତି ସାମାଜିକ ଅନୁଷ୍ଠାନ ଓ ସଂଘ ପକ୍ଷରୁ ଗରୀବ ଓ ପଶୁପକ୍ଷୀ ମାନଙ୍କୁ ଦୈନିକ ଖାଦ୍ୟ ବଣ୍ଟନ କରିବା ସହ ଏହି ବିପତ୍ତି ସହ ଲଢେଇ କରିବା ସହିତ ସରକାରଙ୍କୁ ଆର୍ଥିକ ସହାୟତା କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ବର୍ତ୍ତମାନର ଗୁରୁତର ପରିସ୍ଥିତିରେ ନିଜର ଉତ୍ପାଦନ ଜାରୀ ରଖିଥିବା ବେଳେ ସାଧାରଣରେ କୌଣସି ସହାୟତା କରୁନଥିବା ଦେଖାଯାଉଛି । ପାରିପାଶ୍ୱର୍ିକ ଉନ୍ନୟନ କ୍ଷେତ୍ରରେ ଏସବୁ ସଂସ୍ଥା ମାନଙ୍କର ସିଏସ୍‌ଆର ଫଣ୍ଡ ରହିଥିବା ବେଳେ ସେ ସବୁ ବିପୁଳ ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହେଉଛି ତାହା ସାଧାରଣରେ ପଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟସମୟରେ ପାରିପାଶ୍ୱର୍ିକ ଉନ୍ନୟନ କରୁଥିବାର ମିଛ ଡିଣ୍ଡିମ ପିଟୁଥିବା ଏହି ଶିଳ୍ପସଂସ୍ଥା ମାନେ ଏପରି ମହାମାରୀ ସମୟରେ ଜନସାଧାଣଙ୍କ କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସାମିଲ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏଠାରେ ପ୍ରକାଶ ଥାଉକି ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ବନ୍ଦର ଚିକିତ୍ସାଳୟରେ କରୋନା ଚିହ୍ନଟ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିବା ସହ ସହରକୁ ଦୈନିକ ଜୀବାଣୁ ମୁକ୍ତ କରିବା ବିଶୋଧିତ ଜଳ ଛିଚନ, ଜରୁରୀ କାଳୀନ ଭିର୍ତ୍ତିରେ ମାସ୍କ ତିଆରି କରି ସାଧାଣରରେ ବଣ୍ଟନ, ଜାହାଜ ଗୁଡିକୁ ମେଡିକାଲ ଟିମ୍ ଦ୍ୱାରା ଯାଞ୍ଚ କରି ବନ୍ଦର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ ଆଦି ବହୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛି । ନିକଟରେ ଜିଲ୍ଲା ପ୍ରଶାସନ ସହଯୋଗରେ ପାରାଦ୍ୱୀପ ମେରାଇନ୍ ଡ୍ରାଇଭ ରୋଡ୍‌ରେ ଥିବା ବିଜୁ ସ୍ମୃତି ଯାତ୍ରୀ ନିବାସରେ ଶହେ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ଚିକିତ୍ସାଳୟ ନିମନ୍ତେ ସମସ୍ତ ଆର୍ଥିକ ସହଯୋଗ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇ ପାରଦ୍ୱୀପରେ ଥିବା ଅନ୍ୟ ଶିଳ୍ପାନୁଷ୍ଠାନ ମାନଙ୍କ ଆଗରେ ରୋଲ୍ ମଡେଲ୍ ହୋଇ ପାରିଛି । ଏଥିରୁ ଅନ୍ୟଶିଳ୍ପାନୁଷ୍ଠାନ ମାନେ କିଛି ଶିକ୍ଷାଲାଭ କରିବା କଥା ଓ ଆତ୍ମସମିକ୍ଷା କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ