କରୋନା ବିଲୋପ ପାଇଁ ଏକ ଲକ୍ଷ ଆଠ ତୁଳସୀ ସମର୍ପଣ

ପୋଲସରା, (ଅନିଲ ମହାରଣା): ପୋଲସରା ବ୍ଲକ ଆଠଗଡ଼ ତାଲୁକାର ହାତୀଓଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନ ଗ୍ରାମରେ କରୋନା ମହାମାରୀର ବିଲୋପ ଓ ବିଶ୍ବର କଲ୍ଯାଣ ପାଇଁ ବ୍ରାହ୍ମଣ ସମାଜ ପକ୍ଷରୁ ଗୋପୀନାଥ ମନ୍ଦିରରେ ତୁଳସୀ ସମର୍ପଣ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଶ୍ରେଷ୍ଠ ପଣ୍ଡିତ ପ୍ରମୋଦ କୁମାର ହୋତା, ଶିଶିର ଚନ୍ଦ୍ର ତ୍ରିପାଠୀ, ପଦ୍ମଚରଣ ମହାପାତ୍ର, ତାରା ପ୍ରସାଦ ଦାସ, ଓ ରାମକୃଷ୍ଣ ନନ୍ଦ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ଗୋପୀନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ରଜବନ୍ଧୁ ଦାଶ, ସୁଧିର କୁମାର ନନ୍ଦ, ବଳରାମ ଶତପଥୀ, ସପନ କୁମାର ପାଢ଼ୀ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ଏକ ଦିବସୀୟ ସମର୍ପଣ ଯଜ୍ଞରେ କର୍ତ୍ତା ଭାବେ ଦୁର୍ଗାପ୍ରସାଦ ରଥ ଯଜ୍ଞ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ଏହି ସମର୍ପଣ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରାହ୍ମଣ ମାନଙ୍କ ସହ ମିଶି ଗୋପିନାଥ ମହାପ୍ରଭୁଙ୍କ ନିକଟରେ ଏକଲକ୍ଷ ଆଠ ତୁଳସୀ ସମର୍ପଣ କରି କରୋନା ଲୋପ ଓ ବିଶ୍ବର ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ