କରୋନା ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଲା: ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ

ବେଜିଂ : ଚାଇନାର କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ ହଜାର ୩ ଶହ ୮୩ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର ୧୫ଟି ସହରରେ ସ୍ଥିତି ଗୁରୁତର ରହିଛି। ହୁବେଇ ପ୍ରଦେଶରେ ଇତିମଧ୍ୟରେ ସର୍ବାଧିକ ୪୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କ ୧୮ ଶହ ଲୋକଙ୍କୁ ଘରେ ରଖି ଚିକିତ୍ସା କରାଯାଉଥିବାବେଳେ ପ୍ରାୟ ୬ କୋଟି ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ