କଳା ସାହିତ୍ୟ ସଂସ୍କୃତି ଜାତିର ପରିଚୟ।
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ମାଳଦା ଜଗନ୍ନାଥ ବଜାର ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ଉତ୍ସବ ଓ ଭଣ୍ଡାରିପୋଖରୀ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇ କଳା ସାହିତ୍ୟ ସଂସ୍କୃତି ଜାତିର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟସ୍ତରୀୟ ମହୋତ୍ସବ କମିଟି ସଭାପତି ତଥା ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଂଯୋଜନା ଏବଂ ଶିକ୍ଷାବିତ୍ କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତ୍ୟାଗ ଭୂମି ସଭାପତି ଅଜୟ କୁମାର ନାୟକ,ମୁଖ୍ୟଵକ୍ତା ପାରାଦୀପ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧକ୍ଷ ସୁରେନ୍ଦ୍ର ମିଶ୍ର,ଆଧ୍ୟାତ୍ମିକଵାଦୀ ମୁରଲୀଧର ଦାସ ପ୍ରମୁଖ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ ମହାପାତ୍ର,ଦୁର୍ଯ୍ୟୋଧନ ଲେଙ୍କା,ମନୋରଞନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ଡାକ୍ତର ଲର୍ଡ ବିକ୍ରମଜିତ୍ ରାଉତରାୟ ଓ ଶିକ୍ଷାବିତ ଦେବେନ୍ଦ୍ର ମହାନ୍ତି ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ବଜାର କମିଟି ସମ୍ପାଦକ ତଥା ସାମ୍ବାଦିକ ରାଜେନ୍ଦ୍ର ଶତପଥି ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି କମଳାକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ପଞ୍ଚମ ସନ୍ଧ୍ୟାରେ ସୁକିନ୍ଦା ଅଞ୍ଚଳରୁ ଆସିଥିବା ଖଣ୍ଡୁରାଇ ଲୋକ କଳା ପକ୍ଷରୁ କଳାକାର ମାନଙ୍କ ଦ୍ଵାରା ଘୁମୁରା ଏବଂ ଛଉ ନାଚ ଦର୍ଶକଙ୍କୁ ଵିମୋହିତ କରିଥିଲା।ଆୟୋଜିତ କାର୍ଯ୍ୟକ୍ରମ କୁ ମନୋଜ ଦସ, କାଳନ୍ଦୀ ପରିଡ଼ା, ଅଜୟ ବାରିକ, ଅନନ୍ତ ସାମଲ, କୁନା ସାହୁ, ଗୋପାଳ କୁଁଅର ପ୍ରମୁଖ ପରିଚାଳନା କରିଥିଲେ।


