କହ୍ନେଇପୁର ପଞ୍ଚାୟତରେ ୬ କରୋନା ପଜିଟିଭ ଚିହ୍ନଟ

ଚୌଦ୍ୱାର :(ଦୀପକ୍ କୁମାର ବେଉରା)   କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ କହ୍ନେଇପୁର ପଞ୍ଚାୟତରୁ ୬ କରୋନା ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ତିନି ଜଣ ମହିଳା କରୋନା ଯୋଦ୍ଧା  ଥିବାର  ସରପଞ୍ଚ ସୂଚନା ଦେଇଛନ୍ତି । ଆକ୍ରାନ୍ତ ୬ଜଣଙ୍କ ମଧ୍ୟରୁ ତିନି ଜଣ ଟିଏମସି ରେ ଥିବାବେଳେ ଅନ୍ୟ ତିନିଜଣ ସ୍ଥାନୀୟ । ସ୍ଥାନୀୟ ଆକ୍ରାନ୍ତ ତିନି ଜଣ ମହିଳାଙ୍କ ମଧ୍ୟରୁ ଦୁଇ ଆଶା କର୍ମୀ ଓ ଜଣେ ଏ ଏନ ଏମ ଥିବା ଜଣାପଡିଛି । ସ୍ଥାନୀୟ ତିନି କରୋନା ଯୋଦ୍ଧା ଓ ଟିଏମସି ରେ ଥିବା ଶଙ୍କରପୁର ପଞ୍ଚାୟତ ର ଗୋଟେ ପରିବାରର ଚାରି ଜଣ ଙ୍କ ମଧ୍ୟରୁ ବାପ, ମାଆ ଓ ପୁଅର ରିପୋର୍ଟ ପଜିଟିଭ ଆସିଥିବା ବେଳେ ଝିଅର ନେଗେଟିଭ ରିପୋର୍ଟ ଆସିଛି ।ଏହି ରିପୋର୍ଟ ଆସିବା ପରେ ସରପଞ୍ଚ ପଞ୍ଚାୟତ ବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।ରବିବାର ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲ ପଠାଯିବା ସହ ସମ୍ପୂର୍ଣ ପଞ୍ଚାୟତକୁ ସାନିଟାଇଜ କରାଯିବ ବୋଲି ସରପଞ୍ଚ ସସ୍ମିତା ସାହୁ କହିଛନ୍ତି । ଆଶା ଦିଦି ଦୁଇଜଣ ଓ ଏଏନେମ ଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି ।ସେମାନଙ୍କ ସ୍ୱାବ ମଧ୍ୟ ପରୀକ୍ଷା ନିମନ୍ତେ ପଠାଯିବା ସହ ସୋମବାର ସକାଳୁ ପଞ୍ଚାୟତକୁ ସଟଡାଉନ କରାଯିବ ବୋଲି ମଧ୍ୟ ସରପଞ୍ଚ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ