ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ରକ୍ତ ସଂଗ୍ରହ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍): କରୋନା ମହାମାରୀ ସମୟରେ ରକ୍ତ ଅଭାବରୁ ରାଜ୍ୟରେ ବହୁ ନିରୀହ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି ।ଏହି ସମୟରେ ରକ୍ତାଭାବ ଦୂର ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଓଡିଶା ମୋ ପରିବାର ଏବଂ ଜୀବନବିନ୍ଦୁ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି। ଏହି କ୍ରମରେ ଲାଞ୍ଜିପଲ୍ଲୀ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ଆୟୋଜିତ ଲାଞ୍ଜିପଲ୍ଲୀ ୨୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ମାନ୍ୟବର ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଆହ୍ୱାନ କ୍ରମେ ମହାମାରୀ ସମୟରେ ରକ୍ତଅଭାବ ଦୂରକରିବା ପାଈଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାହାସୀକତାର ପରିଚୟ ଦେଇଥିବା ଆଜିର ସମସ୍ତ ରକ୍ତଦାତା ମାନଙ୍କୁ ମାନ୍ୟବର ବିଧାୟକ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଥିଲେ ।


