କାଉନସିଲର ବୈଠକ କୁ ସାଂସଦ ଙ୍କୁ ଡକାନଯିବାରୁ ସାମାଜିକ ଗଣମାଧ୍ୟମ ରେ କ୍ଷୋଭ ପ୍ରକାଶ କଲେ ସଂସଦଙ୍କ ପ୍ରତିନିଧି

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନବନିର୍ବାଚିତ କାଉନସିଲ ର ପ୍ରଥମ ବୈଠକ ଆଜି ଦିବା ୧୧ ଘଟିକା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି । କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କେନ୍ଦୁଝର ସଂସଦୀୟ କ୍ଷେତ୍ର ରେ ଆସୁଥିଲେ ମଧ୍ୟ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଙ୍କୁ କିମ୍ବା ତାଙ୍କ ପ୍ରତିନିଧି ଙ୍କୁ ବୈଠକ କୁ ଡକା ନଯିବା କୁନେଇ କରଞ୍ଜିଆ ରେ ଚର୍ଚ୍ଚା ଜୋର ଧରିଛି ଏପରିକି ସାଂସଦ ଙ୍କ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ସାମାଜିକ ଗଣମାଧ୍ୟମ ରେ ଏବିଷୟ କୁ ନେଇ ପୋଷ୍ଟ କରି କ୍ଷୋଭ ପ୍ରକାଶ କରିଛନ୍ତି I କାର୍ଯ୍ୟାଳୟ ରେ ପ୍ରାୟ ସମୟ ରେ ଉପସ୍ଥିତ ରହୁଥିବା ସାଂସଦ ପ୍ରତିନିଧି ରାଜୀବ ପୃଷ୍ଟି (କୁନା ) ଙ୍କୁ ବୈଠକ କୁ ଡାକନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଜାଣିଶୁଣି ସାଂସଦ କିମ୍ବା ତାଙ୍କ ପ୍ରତିନିଧି ଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନସିଲ ର ବୈଠକ କୁ ଡକାଯାଇନଥିବା ଆଲୋଚନା ହେଉଛି । ପ୍ରାୟ ଚାରିବର୍ଷ ପରେ ଏହି ବୈଠ କ ଅନୁଷ୍ଠିତ ହୋଇଥିଲା ନବ ନିର୍ବାଚିତ ଅଧକ୍ଷା ଶ୍ରୀମତୀ ପପି ପୃଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ I ଏହି ବୈଠକ ରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱରୂପ ପରିଜା ଙ୍କ ସମେତ ନବ ନିର୍ବାଚିତ କାଉନସିଲର ବୃନ୍ଦ ବିବେକାନନ୍ଦ ଦାସ, ବିଶ୍ୱଜିତ ଚୌଧୁରୀ, ଅନିତା ଚାତାର, ରୂନୁପ୍ରିୟା ରଣଶିଂ, ସୂଲତା ଦାସ , ରଂଜିତ କୁମାର ଖାଟୁଆ,ଇ.ନ.ଏସ ପ୍ରିୟଙ୍କା,ସୁଲୋଚନା ପୁଥାଳ, ବିଜୟକୁମାର ନାଏକ , କଳ୍ପନା ପାତ୍ର , ମନ୍ଦାକିନୀ ପରିଜା, ନିରାକାର ପାତ୍ର , ଭାବଗ୍ରାହୀ ମହାନ୍ତ ଓ ନମିତାଘଣ୍ଟିଆଳି ଙ୍କ ସହିତ ରାଜ୍ୟ ବିଜେଡି ସମ୍ପାଦକ ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ବୈଠକ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ ଗୁଡିକରରେ ଅଧକ୍ଷା, ଉପାଧ୍ୟକ୍ଷ, ସମେତ ଦିଲ୍ଲୀପ ସାହୁ ଙ୍କ ସହିତ ସମସ୍ତ କାଉନସିଲର ବୃନ୍ଦ ଙ୍କ ସହିତ ଉପସ୍ଥିତ ଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୁଡ୍ରା ହେମ୍ବ୍ରମ ବିଗତ ବର୍ଷର ଆୟ ବ୍ୟୟ ର ହିସାବ ପ୍ରଦାନ କରିଥିବା ବେଳେ ଆଗାମୀ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଥିଲା ବିଶେଷ ଭାବେ ପରିମଳ ବ୍ୟବସ୍ତା, ଡ୍ରେନେଜ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାଇପ ବିଛା ସମୟରେ ଭାଙ୍ଗିଯାଇଥିବା ରାସ୍ତା ମରାମତି, ଟ୍ରାଫିକ ସମସ୍ୟା ରାସ୍ତାକଡ଼ ରେ ସରକାରୀ ଜାଗା ରେ ଜବରଦଖଲ କାରୀ ଙ୍କୁ ଥଇଥାନ, ମାଛ ମାଂସ ବ୍ୟବସାୟୀ ଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା, ସହର ର ବାକି ରହିଥିବା ରାସ୍ତା ଗୁଡିକରେ ଷ୍ଟ୍ରିଟ ଲାଇଟ ଲଗେଇ ବା ବାବଦ ରେ ଆଲୋଚନା ହୋଇଥିଲା ଏହି ବୈଠକ ରେ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ