କାର ଧକ୍କାରେ ଜଣେ ପଥଚାରୀ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମାଣ୍ଡିମେରା ଗ୍ରାମ ନିକଟରେ ଏକ କାର ଧକ୍କାରେ ପଥଚାରୀ ଜଣକର ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ରାଜେନ୍ଦ୍ର ଲିମା ନିଜ ଶଶୁର ଘର ଝାଙ୍ଗୁଡି ଗ୍ରାମକୁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ମାଣ୍ଡିମେରା ଗ୍ରାମ ନିକଟରେ ଓଡି ୧୮ ଜି ୧୧୮୮ ନମ୍ବର ବିଶିଷ୍ଟ ଏକ୍ସଭିୟୁ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ରାଜେନ୍ଦ୍ର ଗୁରୁତର ହୋଇପଡିଥିଲେ । ଗ୍ରାମବାସୀମାନେ ତୁରନ୍ତ ରାଜେନ୍ଦ୍ର ଲିମାଙ୍କୁ ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶାନ୍ତ କୁମାର ସାହୁ ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଅଡବା ପୋଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦେଇଥିବାର ଜଣାପଡିଛି । ଏନେଇ ଅଡବା ଥାନାରେ ୧୨୧/୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଏଏସ୍‌ଆଇ ଜୟକୃଷ୍ଣ ପାଣିଗ୍ରାହୀ କରୁଥିବାର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଧକ୍କା ଦେଇଥିବା କାରଟି ପୁରୀରୁ ଗୁଣୁପୁର ଫେରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ