କାର ଧକ୍କାରେ ଯୁବକ ମୃତ
କେନ୍ଦ୍ରାପଡା : ନାନକାର କେନାଲ ବନ୍ଧରେ ଶନିବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଏକ କାର ଧକ୍କାରେ ମେହେନ୍ଦିପୁର ଗ୍ରାମର ଦୈତାରୀ ମଲ୍ଲିକଙ୍କ ଏକମାତ୍ର ପୁଅ ରାଧାକାନ୍ତ ମଲ୍ଲିକ (୩୨) ଗୁରୁତ୍ତର ଭାବେ ଆହତ ହୋଇଥିଲା । ରାଧାକାନ୍ତକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସଙ୍କଟାପନ୍ନ ଭାବରେ କଟକ ବଡ ଡାକ୍ତରଖାନାରେ ତା’ର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।