କାଲି ଭିକୁ ସେଠ ଆଉ ଆଜି ହାକିମ ବାବୁ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):୨୦୨୦ ଏକ ଅଶୁଭ ବର୍ଷ ସାଜି ଥିବା ନଜର ଆସିଛି , ଏପଟେ କୋରନା ଆଉ ଅନ୍ୟ ପଟେ ଜଣକ ପରେ ଜଣେ ବରିଷ୍ଠ ତଥା ସୁନାମଧନ୍ୟ କଳାକାର ପ୍ରାଣ ହରାଇଲେଣି |ପ୍ରଥମେ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ଘଟି ଥିବା ବେଳେ ପରେ ପରେ ଇରଫାନ ଖାଁ ଙ୍କ ଦେହାନ୍ତ ହୋଇ ଥିଲା |ଏହା ପରେ ପରେ ବି-ଟାଉନ ର ସୁନାମଧନ୍ୟ କୋରିଓଗ୍ରାଫର୍ ସରୋଜ ଖାନଙ୍କ ଦେହାନ୍ତ ଘଟି ଥିଲା | ପରେ ପରେ ସଂଗୀତ ନିର୍ଦଶକ ବାଯିଦ ଖାନ ପ୍ରାଣ ହରାଇ ଥିଲେ ଏହା ପରେ ଋଷି କପୂର ମଧ୍ୟ ମୃତ୍ୟୁ ବରଣ କରି ଥିଲେ |ସେମିତି ଓଡିଶା ରେ ମଧ୍ୟ ବହୁ ବରିଷ୍ଠ ତଥା ଅଭିଜ୍ଞ କଳା କାର ୨୦୨୦ ରେ ମୃତ୍ୟୁ ବରଣ କଲେଣି | ବରିଷ୍ଠ ଅଭିନେତା ବିଜୟ ମହାନ୍ତି ପରେ ପରେ ଦୀପା ସାହୁ ଏବଂ ଗତ କାଲି ଘରେ ଘରେ  ପରିଚିତ ଯାତ୍ରା କଳାକାର  ଭିକୁ ସେଠ ମୃତୁବରଣ କରି ଥିବା ବେଳେ ଆଜି ଓଡ଼ିଆ ଫିଲ୍ମ ଜଗତ ର ହାକିମ ବାବୁ ଭାବେ ପରିଚିତ ଅଜିତ ଦାସ ମୃତୁବରଣ କରିଛନ୍ତି | ତେବେ ଅନେକ ବରିଷ୍ଠ କଳା କାର ଙ୍କୁ ଏଇ କୋରନା କାଳରେ ହରାଇ ସାରା ଦେଶ ସହ ଓଡିଶାର ବହୁ କଳା ପ୍ରେମୀ ମର୍ମାହତ ହୋଇଛନ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ