କାଶୀନଗରରେ ୪ ଟିକିଆ ଜଙ୍ଗଲୀ ହାତୀପଲ ଉପଦ୍ରବ ସାଧାରଣରେ ଆତଙ୍କ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଚାରି ଟିକିଆ ଜଙ୍ଗଲୀ ହାତୀପଲଙ୍କ ବିଭିନ୍ନ ଉପଦ୍ରଵ ଯୋଗୁଁ ସାଧାରଣରେ ଭୟ ଓ ଆତଙ୍କ ପ୍ରକାଶ ପାଇଛି. ଏହି ୪ ଟିକିଆ ହାତୀପଲ କାଶୀନଗର ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଧାନ, କଦଳୀ ଆଖୁ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । କାଶୀନଗର ଅଞ୍ଚଳରେ ଏହି ହାତୀପଲ ଦ୍ୱାରା ବିଶେଷକରି ତରଭୁଜ ଓ କଦଳୀ ଚାଷ ନଷ୍ଟ ହୋଇଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି. ରବିବାର ଗତକାଲି ଅପରାହ୍ନରେ କାଶୀନଗର ବ୍ଲକ ଅନ୍ତର୍ଗତ ପୁରଟିଗୁଡ଼ା ଗ୍ରାମ ନିକଟରେ ଏହି ଚାରିଟିକିଆ ହାତୀପଲ ବୁଲୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଉଲ୍ଲେଖଯୋଗ୍ୟଯେ, ପ୍ରତିବର୍ଷ ଏହି ହାତୀପଲ କାଶୀନଗର ଅଞ୍ଚଳକୁ ଆସି ଫସଲ ନଷ୍ଟ କରୁଥିବାର ନଜିର ରହିଛି। ହାତୀପଲ ଏଭଳି ଅବାଧରେ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ ଘୁରି ବୁଲୁ ଥିବାରୁ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. ହାତୀପଲକୁ ଘଉଡାଇବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ମତ ପ୍ରକାଶ ପାଇଥିବା ବେଳେ ଯେଉଁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଛି ସେନେଇ ଗଜପତି ଜିଲ୍ଲା ବନ ଅଧିକାରୀଙ୍କୁ ଅବଗତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ପ୍ରଦାନ ପାଇଁ ଚେଷ୍ଟା କରିବେ ବୋଲି ବନ ବିଭାଗର ରେଞ୍ଜର ସୁଧୀର ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ