କାଶ୍ମୀର ଆପଲଚାଷ ଏବେ ଗଂଜାମରେ
ଗଂଜାମ, (ବିନୋଦ ପଲେଇ):କାଶ୍ମୀର ଆପେଲ ଚାଷକୁ ଗଞ୍ଜମ ରେ ଦେଖିବାକୁ ମିଳିଛି। ଏହା କରିଦେଖାଇଛନ୍ତି , ଗଂଜାମ ଜିଲ୍ଲାର ରମ୍ଭା ଥାନା କନକା ପଞ୍ଚାୟତର ଅନ୍ତର୍ଗତ ଆର. ବାହାଡାପଲ୍ଲୀ ଗ୍ରାମର ସିପାହୀ ବି. ରଞ୍ଜନ ପ୍ରଧାନ। ପେସାରେ ରାୟଗଡା ୩ବାଟାଲିୟନରେ ସିପାହୀ ଥ ଓ ନିଶାରେ ଚାଷୀ ଥିବା ବି.ନିରଞ୍ଜନ ଓ ତାଙ୍କ ପରିବାର ଗଂଜାମ ଜଳବାୟୁରେ ମଧ୍ୟ ନିଜସ୍ବ ଉଦ୍ୟମରେ ଦେଢ଼ ଏକର ଜମିରେ ” ରେଡ଼ କାଶ୍ମୀର ଆପେଲ ବେର” ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହା ଆସନ୍ତା ଜାନୁଆରୀ ମାସ ପହିଲାରେ ଫଳ ଅମଳ ହେବ। ବିକ୍ରି ପାଇଁ ବଜାରର କୁ ଆସିବ। ।। ପୂର୍ବରୁ ବିଭିନ୍ନ ଚାଷରେ ଜଡିତ ଥିବା ,ରଞ୍ଜନ ଗତ ୨୦୨୦ ମସିହାରେ କରୋନା ସମୟରେ ଚାଷରେ ବହୁତ କ୍ଷତି ଘଟିବା ପରେ ଏକ ସାଙ୍ଗର ପରାମର୍ଶ କ୍ରମେ ପରୀକ୍ଷା,ମୂଳକ ଭାବେ ଗତ ବର୍ଷ ଜାନୁଆରୀ ୨୦୨୧ ମସିହାରେ ରେ ରଞ୍ଜନ ନିଜ ଉଦ୍ୟମରେ ଥାଇଲାଣ୍ଡ ସୀମାନ୍ତ ଅଞ୍ଚଳରୁ ‘ରେଡ କାଶ୍ମୀର ଆପଲ୍ ବେରି’ ମଞ୍ଜି ଆଣି ଜମିରେ ଚାଷ ଆରମ୍ଭ କରିଥିଲେ। ତାଙ୍କ ବଗିଚାରେ ୬୦୦ ଗଛ ଲାଗିଛି । ପ୍ରଥମ ବର୍ଷରୁ ହିଁ ଗୋଟିଏ ଗଛ ପାଖାପାଖି ୧୦ କେଜି ଫଳ ଦେବ ଓ ଗୋଟିଏ ଗଛ ୫ ରୁ ୧୦ ବର୍ଷ ବଞ୍ଚିବ ବୋଲି ସେ କହିଛନ୍ତି । ଏହି ଫଳଗୁଡ଼ିକର ଆକାର ମଧ୍ୟମ ଧରଣର ଓ ସ୍ବାଦିଷ୍ଟ ରହିବ। ଓଡ଼ିଶାରେ କାଶ୍ମୀର ଭଳି ଜଳବାୟୁ ନଥିଲେ ମଧ୍ୟ ନଭେମ୍ବର ବେଳକୁ ଯେଭଳି ଥଣ୍ଡା ଅନୁଭୂତ ହୁଏ ସେଥିରେ ଏହି କିସମର ଫଳ ଫଳି ପାରୁଥିବା ସେ କହିଛନ୍ତି। ଏହି ଚାଷ ପାଇଁ ଗଛ ଓ ବଗିଚାର ଯତ୍ନ ନେବାକୁ ପଡୁଛି, । ଆପଲ୍ ବଗିଚାରେ ପ୍ରଥମତଃ ଘାସ ରହିବନି, ସେହିପରି ଖରାଦିନେ ଗଛରେ ଆବଶ୍ୟକୀୟ ପାଣି ଏବଂ ସମୟ ଅନୁସାରେ ଔଷଧ ସିଞ୍ଚନ କରିବାକୁ ପଡ଼ିଥାଏ ବୋଲି ରଞ୍ଜନ କହିଛନ୍ତି। ଓଡ଼ିଶା ର ଉଦ୍ୟାନ ବିଭାଗର କୌଣସି ପରାମର୍ଶ ନଥିବା ବେଳେ, ନିଜ ପରିବାର ସହଯୋଗରେ ଏହି ଚାଷ କରିଛନ୍ତି।ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ଟାଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି।, ଚାଷ କାର୍ଯ୍ୟରେ ତାଙ୍କ ମାଆ ଶ ଓ ଭାଇ ସହଯୋଗ କରୁଛନ୍ତି। । ପ୍ରଥମବର୍ଷ ତାଙ୍କ ବଗିଚାରେ ଲାଗିଥିବା ପ୍ରାୟ ସମସ୍ତ ଗଛରେ ଭଲ ଫଳ ଧରିଛି। କିଛି ଗଛରେ ଫଳ ପାଚି ସାରିଛି। ଏହା ପୂର୍ବରୁ ସେ ରମ୍ଭା ଓ ଗଞ୍ଜାମ ଅଞ୍ଚଳର ବ୍ୟବସାୟୀଙ୍କୁ ନିଜ ଫଳର ସାମ୍ପୁଲ ଦେଇ ଗ୍ରାହକ ଓ ବ୍ୟବସାୟୀଙ୍କ ଦ୍ବାରା ଗ୍ରହଣୀୟ ହୋଇପାରିଛନ୍ତି। ଆଗାମୀ ଦିନରେ ଏହାକୁ।ବ୍ରହ୍ମପୁର ବଜାରକୁ ଛାଡିବା ପାଇଁ ଆପଲ୍ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଛନ୍ତି। ଓଡ଼ିଶାରେ ଆପଲ୍ ଚାଷ ପାଇଁ ସରକାରୀସ୍ତରରେ ଆଧୁନିକ ପରାମର୍ଶ ଓ ସହାୟତା ଯୋଗାଇଦେଲେ ଅନେକ ଚାଷୀ ଏହାକୁ ଅଦାରିଥାନ୍ତେ । ଇଛା ଶକ୍ତି ଦୃଢ଼ ଥିଲେ ସବୁ କାମ ସମ୍ଭବ ତାହା ରଂଜନଙ୍କ ଏ ନିୟାର ପ୍ରୟାସ କରି ଚାଷୀ ମାନଙ୍କ ପାଇଁ ଏକ ଜ୍ଵଳନ୍ତ ଉଦାହରଣ।