ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଓଡ଼ିଶା ବିଦ୍ୟୁତ୍ ବ୍ରହ୍ମପୁର, ସିଟି ଓ ଆସିକା ସର୍କଲ କର୍ମଚାରୀ ସଂଘର ସାଧାରଣ ବୈଠକ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ନୁଆଁ ବୁରୁପୋଡା ଶ୍ୟାମଳାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ରାଜିବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ସଂଘ ଯୁଗ୍ମ ସମ୍ପାଦକ ପ୍ରିୟବ୍ରତ ନାୟକ, ଜିତେନ୍ଦ୍ର ବିଶ୍ବାଳ, ଜୋନାଲ ସମ୍ପାଦକ ମନୋରଞ୍ଜନ ବିଶ୍ବାଳ, ରମେଶ ଚନ୍ଦ୍ର ତରାଇ, ଉପସଭାପତି ଧନଞ୍ଜେୟ ପରିଡା ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, କର୍ମଚାରୀ ମାନଙ୍କୁ ସମୟାନୁଯାୟୀ ପଦୋନ୍ନତି ସହିତ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା । ବୈଠକରେ ମିଡିଆ ସମ୍ପାଦକ ମହେନ୍ଦ୍ର ନାଥ, କୋଷାଧ୍ୟକ୍ଷ ଗୋପିନାଥ ରାଉତ, ସହ ଯୁଗ୍ମ ସମ୍ପାଦକ ରାକେଶ ସ୍ବାଇଁ, ସର୍କିଲ ସମ୍ପାଦକ ସରୋଜ ଆଚାରୀ, ଅସିତ ସାହୁ, ସଞ୍ଜୟ ତ୍ରିପାଠୀ, ତପନ ପାଢୀ, ଅବିନାଶ ପ୍ରଧାନ, ହରିକୃଷ୍ଣ ସ୍ବାଇଁଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ