କିଡ଼ନୀ ରୋଗ ପୀଡ଼ିତ ଦୀପୁଙ୍କୁ ଭଦ୍ରକର ସମାଜସେବୀଙ୍କ ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇଟି ଯାକ କିଡ଼ନୀ ଖରାପ ହୋଇଯାଇଥିବା ସହରର ଉଦୀୟମାନ ଯୁବକ ଭାରତ ଭୂଷଣ ଦାସ (ଦୀପୁ)ଙ୍କର କିଡ଼ନୀ ପ୍ରତ୍ୟାରୋପଣ ପାଇଁ ବିଭିନ୍ନ ମହଲରୁ ସହଯୋଗ କରାଯାଉଛି । ବିଭିନ୍ନ ଗଣମାଧ୍ୟମରୁ ଦୀପୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ପାଇ ବଦାନ୍ୟ ବ୍ୟକ୍ତିମାନେ ସହାୟତା କରୁିଛନ୍ତି । ତେବେ ସୋସିଆଲ ମିଡିଆରୁ ଜାଣିବାକୁ ପାଇ ଭଦ୍ରକ ଜିଲାର କେଶପୁର ଅଞ୍ଚଳର ‘ହରିବୋଲ କ୍ଷେତ୍ର ରଥଯାତ୍ରା’ ପରିଚଳନା କମିଟିର ସଭାପତି ନଗେନ୍ଦ୍ର ପ୍ରସାଦ ଦାସ ବାଲେଶ୍ୱର ଆସି ଦୀପୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ ଦୀପୁଙ୍କ କିଡନୀ ପ୍ରତ୍ୟାରୋପଣ ପାଇଁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ତାଙ୍କ ସହ ଭଦ୍ରକର ବିଇଡି କଲେଜ ଛାତ୍ର ଜ୍ୟୋତିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ