କୁକୁଡାଖଣ୍ଡି ବ୍ଲକ ଦୁର୍ନୀତିର ପର୍ଦା ଉଠିବ କେବେ: ମୁଖ୍ୟ ପୁରୋଧା ସାଜିଛନ୍ତି କନିଷ୍ଠ ଯନ୍ତ୍ରୀ

କୁକୁଡ଼ାଖଣ୍ଡି, (ହିମାଂଶୁ ଶେଖର ସାହୁ) : ମାଲାମାଲ ହେବ ତ କୁକୁଡାଖଣ୍ଡି ବ୍ଲକକୁ ଯାଅ. ଯେତେ ଯାହା ଦୁର୍ନୀତି କର ଚାକିରୀ ଉପରେ ଆଞ୍ଚ ଆସିବନି କିନ୍ତୁ ପକେଟ ଗରମ ରହିବ.. ତମେ ଖୁସରେ ରୁହ ସମସ୍ତଙ୍କୁ ଖୁସି ରେ ରଖ.. ଉପରୁ ତଳ ପର୍ଯ୍ୟନ୍ତ ଲମ୍ବିଛି କୁକୁଡ଼ାଖଣ୍ଡି ବ୍ଲକ ଦୁର୍ନୀତିର ଚେର.. ଯେଉଁଠି ହାତ ମାରିବ ସେଇଠି ଦୁର୍ନୀତି.. ଏବେ କେନ୍ଦ୍ରୀୟ ସ୍ୱଚ୍ଛ ଭାରତ ମିଶନ ଅଧୀନ ରେ ହେଉଥିବା ପାଇଖାନା ନିର୍ମାଣ ରେ ହୋଇଛି ବଡ଼ଧାରଣର ଦୁର୍ନୀତି.. ବ୍ଲକ ର ଅଧିକାଂଶ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣରେ ମାଳମାଳ ଦୁର୍ନୀତି ପାଇଖାନା ଗୋଟାଏ କିନ୍ତୁ ଫଳକ ଅଲଗା ପୁରୁଣାକୁ ନୂଆ କରି ଆଖ୍ୟା ଦିଆଯାଇ ଚାଲିଚି ମହାଲୁଟ…ଆଉ କେତେକ ପଞ୍ଚାୟତରେ ଲୋକଙ୍କୁ ପାଇଖାନା ପାଇଁ କାର୍ଯ୍ୟାଦେଶ ମିଳୁନି ଓ ଆଉ କୋଉଠି ଲୋକେ ପାଇଖାନା କରି ମଧ୍ୟ ବିଲ ପାଇଁ ବର୍ଷ ବର୍ଷ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡୁଛି କୁହାଯାଉଚି ସ୍ୱଚ୍ଛ ଭାରତ ମିଶନରେ ଅର୍ଥ ସରିଯାଇଛି.. ଅନ୍ୟ ପକ୍ଷେ ବ୍ଲକ ର ସମସ୍ତ ଉନ୍ନୟନ ମୂଳକ କାମ କନିଷ୍ଠ ଯନ୍ତ୍ରୀଙ୍କ ନାରେ ରହୁଥିବାରୁ ମାଲେମାଲ ଯନ୍ତ୍ରୀ ମାନେ ସିଧାସଳଖ 10 ରୁ 12 ପ୍ରତିଶତ ପିସି କାଟି ଠିକାଦାରଙ୍କ ହାତରେ ପଇସା ଧରେଇ ଦେଉଥିବା ଅଭିଯୋଗ ଉଠୁଚି…. ଯେଉଁ ପଞ୍ଚାୟତ ରେ ଅଧିକ ଦୁର୍ନୀତି କରିହେବ ସେଇ ପଞ୍ଚାୟତର ଦାଇତ୍ବ ନେବାକୁ ଚାଲିଛି ପ୍ରତିଯୋଗିତା.. ଯିଏ ଉପର ଅଫିସର ଙ୍କୁ ଖୁସି କରିପାରିଲା ତା ମୁଣ୍ଡରେ ପଡୁଛି ଦୁର୍ନୀତି ର ସୁନା କଳସ.. 12% ପିସି ରେ ସମସ୍ତେ ଖୁସ.. ବ୍ଲକରେ ଚର୍ଚ୍ଚା ହେଉଛି କି କନିଷ୍ଟ ଯନ୍ତ୍ରୀ ମାନେ ହିଁ ବ୍ଲକକୁ ଚଲାଉଛନ୍ତି.. ଅନ୍ୟମାନେ ସବୁ ଜଳକା….. ଏକାଧିକ ସରପଞ୍ଚ ହତେଇ ଛନ୍ତି ବିଜୁ ପକାଘର ଜଣେ ଦବଙ୍ଗ ସରପଞ୍ଚତ ତିନି ତାଲା ବିଶିଷ୍ଟ ବିଜୁ ପକ୍କାଘର ପିଲର ଦେଇ 50 ଲକ୍ଷ ଟଙ୍କା ବେୟରେ ଅଟାଳିକା ନିର୍ମାଣ କରିଛନ୍ତି…. ଆଉ ଜଣେ ନିଜକୁ ନିର୍ମାଣ ଶ୍ରମିକ ସଜେଇ ଦେଇଛନ୍ତି… ଜଣେ ବୁଲେଟ କନିଷ୍ଠ ଯନ୍ତ୍ରୀଙ୍କ ଦବଦବା କୁଆଡେ ବ୍ଲକରେ ଅଧିକ…. ଆଉ ଜଣ ଯନ୍ତ୍ରୀଙ୍କୁ କୁଆଡେ ବେଲଗୁଣ୍ଠା ବ୍ଲକକୁ ବଦଳି ହେଇଜିବାରୁ ତାଙ୍କ ମନ ଭାରି କଷ୍ଟ ସେ ବର୍ତ୍ତମାନ ଛୁଟିରେ ଅଛନ୍ତି….. ସରପଞ୍ଚ ମନେ କୁହାକୁହି ହୁଅନ୍ତି ଗଞ୍ଜାମ ପ୍ରକଳ୍ପ ନିର୍ଦେଶକଙ୍କ କୁଆଡେ ଏ ବ୍ଲକ ସହିତ ଘନିଷ୍ଠ ସମ୍ପର୍କ ଯେଉଁଥି ପାଇଁ ଆମେ ବିନା ଫଳକରେ ଅତି ନିମ୍ନ ମାନର କାର୍ଯ୍ୟ କଲେମଧ୍ୟ କେତେ ପତ୍ରିକାରେ ବାହାରିଲେ କି ଲୋକେ ଅଭିଯୋଗ କଲେ ଆମକୁ କିଛି ଫରକ ପଡୁନି…. ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ ପ୍ରତି ପଞ୍ଚାୟତରେ ଯନ୍ତ୍ରପାତି ଦ୍ୱାରା ଦ୍ୱାରା କାମ ହେଉଚି କୁଆଡେ ହାଇ କମାଣ୍ଡଙ୍କ ପାଖରୁ ନିର୍ଦ୍ଧେଶ ମିଳିଚି ସବୁ ବିଲ କର ସେକଥା ମୁ ବୁଝିବି….. କୁକୁଡାଖଣ୍ଡି ମୁଖ୍ୟାଳୟରେ ଗୋଟିଏ ନାମଫଳକରେ ଦୁଇ ଦୁଇଟି ଯୋଜନା ଦିନ ଦ୍ବି ପ୍ରହରରେ ମୋରମ ଲୁଟୁଛନ୍ତି କୁଜି ନେତା…ପୋଖରୀ ପୁନଃ ଉଦ୍ଧାରରେ ମହା ଦୁର୍ନୀତି….ନଳିହାଡ଼ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଜଳ କଷ୍ଟ ଦୂର କରିବା ପାଇଁ ସମୂହ ସ୍ୱାର୍ଥକୁ ଭୁଲି ବ୍ୟକ୍ତିଗତ ଜାଗାରେ ସରକାରୀ ନଳକୂପ ଖୋଳିଦେଲେ….ଆଦିବାସୀ ଅଧୁସିତ କଙ୍କିଆ ପଞ୍ଚାୟତରେ ଜଙ୍ଗଲକୁ ମାଟି ରାସ୍ତା ନିର୍ମାଣ ହୋଇଚି.।ବ୍ଲକରେ ହୋଇଥିବା ସମସ୍ତ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ