କୁକୁଡ଼ାଙ୍କ ପାଇଁ ଡ୍ରେସ୍
ଯଦି ଆପଣ ପୋଷା କୁକୁଡା ରଖିଛନ୍ତି ଓ ତାକୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଛନ୍ତି, ତେବେ କୁକୁଡାଙ୍କ ପାଇଁ ଆସିଥିବା ଏକ ଭିନ୍ନ ଧରଣର ଡ୍ରେସ୍କୁ ନିହାତି ବ୍ୟବହାର କରିବାକୁ ଚାହିଁବେ । ଉକ୍ତ ଡ୍ରେସ୍ର ନାମ ହେଉଛି “ଟୁଟୁ’ । ଉକ୍ତ ଡ୍ରେସ୍କୁ ସାଧାରଣତଃ ବାଲେଟ୍ ନୃତ୍ୟ କରୁଥିବା ମହିଳାମାନେ ପିନ୍ଧିଥାଆନ୍ତି, ଯାହାକି ଦେଖିବାକୁ ମିନିସ୍କର୍ଟ ଭଳି । ତେବେ କୁକୁଡାଙ୍କୁ ଫିଟ୍ ହେଲାଭଳି ରଙ୍ଗବେରଙ୍ଗର ଏହି ଡ୍ରେସ ପିନ୍ଧି କୁକୁଡା ବି ବହୁତ ସୁନ୍ଦର ଲାଗୁଛନ୍ତି । କୁକୁଡାଙ୍କ ଆରାମକୁ ଧ୍ୟାନରେ ରଖି ଏହାକୁ ତିଆରି କରାଯାଇଛି । କୋମଳ କପଡା ସାଙ୍ଗକୁ ଇଲାଷ୍ଟିକ୍ର ଷ୍ଟ୍ରାପ୍ ରହିଛି, ଯାହାକି ଡେଣା ଚାରିପଟେ ରହିଥାଏ । ତେଣୁ ଏହାକୁ ପିନ୍ଧିଲେ କୁକୁଡା ଛନ୍ଦି ହେବାର ଭୟ ବି ନ ଥାଏ । ଆଉ ରଙ୍ଗବେରଙ୍ଗର, କୁଞ୍ଚ କୁଞ୍ଚ ଘେର ଥିବା ଏହି ପୋଷାକ ପିନ୍ଧି କୁକୁଡା ଲାଗନ୍ତି ପରୀ ଭଳି ।


