ହମିଂ ବାର୍ଡ ଭଳି ଫୁଲ
କ୍ରୋଟାଲାରିଆ କନିଂହାମି ଉତ୍ତର ଅଷ୍ଟ୍ରେଲିଆର ଏକ ଫୁଲ । ଏହି ଫୁଲଟି ଆଉ ଏକ ନାମରେ ବି ପରିଚିତ, ତାହା ହେଉଛି “ବାର୍ଡ ଫ୍ଲାୱାର’ । କାରଣ ଏହାର ସବୁଜ ଫୁଲ ଛୋଟିଆ ହମିଂ ବାର୍ଡ ପରି ଦେଖାଯାଇଥାଏ, ଯାହାର ମୁନିଆ ଲମ୍ବା ଥଣ୍ଟ ଗଛର କାଣ୍ଡ ସହ ଲାଗି ରହିଥାଏ । ଉତ୍ତର ଅଷ୍ଟ୍ରେଲିଆରେ ହମିଂ ବାର୍ଡ ଦେଖିବାକୁ ମିଳନ୍ତି ନାହିଁ । କିନ୍ତୁ ଏହି ଫୁଲ ଏତେ ବାସ୍ତବ ହମିଂ ବାର୍ଡ ଭଳି ଲାଗେ ଯେ, ହଠାତ୍ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଯଦିଓ ଫୁଲଟିର ନିର୍ଦ୍ଦିଷ୍ଟ ଏକ ପାଶ୍ୱର୍ରୁ ଦେଖିଲେ ହିଁ ତାହ ଉକ୍ତ ଚଢେଇ ଭଳି ଲାଗିଥାଏ ।


