କୁମ୍ଭାର ସାହି ଠାକୁରାଣୀ ଯାତ୍ରା : ଦୁଲୁକୁଚି ରାୟଗଡ଼ ଗାଁ ଦାଣ୍ଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ କୁମ୍ଭାର ସାହିରେ ମାଁ’ ଗ୍ରାମଦେବୀଙ୍କ ଠାକୁରାଣୀ ଯାତ୍ରା ବେଶ ଜାକଜକମ ରେ ଚାଲୁ ରହିଛି l ଆଜି ମାଁଙ୍କ ପଞ୍ଚମ ଦିନ ଯାତ୍ରା ଜାରି ରହିଛି ଦୀର୍ଘ ନଅ ବର୍ଷ ପରେ ଉକ୍ତ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ରାୟଗଡ଼ ଚଳଚଞ୍ଚଳ ହୋଇ ଉଠିଛି I ଦିନରେ ଟାଣ ଖରା ସତ୍ତ୍ୱେ ବେଶଭୂଷା ଏବଂ ସନ୍ଧ୍ୟା ହୋଇଗଲେ ମାଁ ଙ୍କ ନଗର ପରିକ୍ରମା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମରେ ଦୁଲୁକୁଚି ରାୟଗଡ଼ ଗାଁ ଦାଣ୍ଡ I ଦ୍ଵିତୀୟ ଦିନରେ ଭାରତ ଲୀଳା, ତୃତୀୟ ଦିନରେ ଗଞ୍ଜାମ ଜିଲାର ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ସରପଞ୍ଚ ସୁଷମା ଶବର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଏସଆଇ ସିନ୍ଧୁ ସାର୍କା, ପୂର୍ଣ୍ଣ ଚନ୍ଦ୍ର ବେହେରା, ବୁଦ୍ଧିଜିବୀ ପ୍ରଭାକର ବେହେରା, ତେଜେଶ୍ୱର ରାଓ, ସାମ୍ବାଦିକ ସୌମ୍ଯ ରଂଜନ ପଟ୍ଟନାୟକ, ସାମ୍ବାଦିକ ବି. କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଚତୁର୍ଥ ଦିନରେ ମୀରାବାଈ ନାଟକ ମଞ୍ଚସ୍ଥ ହୋଇଥିଲା l ଟଣା ଖରା ହେଉଥିଲେ ମଧ୍ୟ ପ୍ରବଳ ଭିଡ ଜମିଥିଲା l ମାଁ ଙ୍କ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମାରେ ବାହାରି ବିଭିନ୍ନ ସାହିର ପ୍ରତି ଗଳିକନ୍ଦିରେ ମାଁଙ୍କ ଘଟ ପୂଜା ପାଇଥିଲା I ପ୍ରଥମ ଥର କରି ପିଲା ମାନଙ୍କ ପାଇଁ ମିନା ବଜାର ଆସିଥିବା ବେଳେ ସନ୍ଧ୍ୟାରେ ଜନଗହଳି ଲାଗିରହିଛି I ଏହାସହିତ ସମାଜକୁ ସଚେତନତା ବାର୍ତ୍ତା ଦେଇ ବିଭିନ୍ନ ପ୍ରକାରର କଳାକୁଞ୍ଜ ଲୋକଙ୍କୁ ମନମହୁଛି I ସବୁଠୁ ଆକର୍ଷଣ ହେଲା କୁମ୍ଭାର ସାହିର କୁମ୍ଭାରର ଆତ୍ମା କାହାଣୀ କଳାକୁଞ୍ଜ ମୁଖ୍ୟ ଆକର୍ଷଣ ରହିଛି l ଏନେଇ ରାୟଗଡ଼ ସାରା ପୁରା ଉତ୍ସବ ମୁଖର ହୋଇପଡ଼ିଛି I ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଦସ୍ୟ ପ୍ରଫୁଲ୍ଲ ବେହେରା, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀ ବେହେରା, ରମା ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ କମିଟର ସଦସ୍ୟ, ସଦସ୍ୟା ଏବଂ ଯୁବଗୋଷ୍ଟୀ ପରିଚାଳନାରେ ସହଯୋଗ କରିଥିଲେ I


