କୁଶଭଦ୍ରା ନଦୀବନ୍ଧ ଘାଇ କୁ ଅନୁଧ୍ୟାନ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପ୍ରାତଃ ରେ କୁଶଭଦ୍ରା ନଦୀ ର ଖଣ୍ଡିଆକୁଦ ଠାରେ ଏକ ଘାଇ ହେବା ଫଳରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ର ୬୦ ରୁ ଉର୍ଦ୍ଧ ଗାଁ ପାଣି ଘେରରେ ରହିଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘଟଣା ସ୍ଥଳରେ ପହଞ୍ଚି ଘାଇ ଦ୍ଵାରା କିପରି ବନ୍ୟା ଜଳ ଜନବସତି ଅଞ୍ଚଳକୁ ପ୍ରବେଶ କରୁଛି ତାର ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଗୋପ ବିଡ଼ିଓ ଦୀପ୍ତି ରାଣୀ ଦାସ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର, ମାଇନର ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚିନ୍ମୟ ରାଉତ, ଗୋପ ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଘାଇ ସ୍ଥାନ ପରିଦର୍ଶନ କରିଥିଲେ। ତୁରନ୍ତ ବନ୍ୟା ଜଳ ଘେରରେ ଥିବା ଲୋକଙ୍କୁ ଡଙ୍ଗା, ରିଲିଫ ସାମଗ୍ରୀ ଯୋଗାଇଦେବାକୁ ଜିଲ୍ଲାପାଳ ଗୋପ ବିଡିଓ ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସହିତ ଘାଇ କିପରି ମରାମତି ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ