କୁଷ୍ଠ ରୋଗ ନିରାକରଣ ନେଇ ଆଲୋଚନା ଚକ୍ର
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜଲ୍ଲା ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କୁଷ୍ଠ ରୋଗ ଚିହ୍ନଟ ଓ ଏହାର ନିରାକରଣ ନେଇ ବୁଧବାର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୁଷ୍ଠ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଏହାର କିପରି ନିରାକରଣ କରାଯାଇପାରିବ ସେନେଇ ସଚେତନ କରାଯାଇଥିଲା । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା. ଲକ୍ଷ୍ମୀକାନ୍ତ ସିଂ ଙ୍କ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ର ବୈଠକରେ ରାଜ୍ୟ କୁଷ୍ଠ ପରାମର୍ଶ ଦାତା ଡାଃ ଏସ.ଏନ. ପତି, ଜିଲା କୁଷ୍ଠ ଅଧିକାରୀ ଡାଃ ଶ୍ରୁତକିର୍ତୀ ମହାନ୍ତି, ଏନ୍.ଏମ୍.ଏସ୍. ହୃଷୀକେଶ ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର ଓ ବି.ଏନ୍.ଏଲ୍.ଡବ୍ଲୁ ଉଦୟଭାନୁ ରାଉତ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ ।