କୂଅଁ ରୁ ନାବାଳକଙ୍କ ମୃତ ଦେହ ଉଦ୍ଧାର 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୂର୍ ପଞ୍ଚାୟତ କାଯ୍ୟାଳୟ ନିକଟରେ ଥିବା ଏକ କୂଅଁରୁ ଗୁରୁବାର ମଧ୍ୟାହ୍ନ ରେ ଜଣେ ନାବାଳଙ୍କ ମୃତ ଦେହ ଉଦ୍ଧାର କରିଛି l ନାବାଳକ ଜଣଙ୍କ ହେଲେ ଚୁଡ଼ଙ୍ଗପୁର ଗ୍ରାମର ଏମ୍ ଗୋପାଳ ପାତ୍ର ଙ୍କ ପୁଅ ଏମ୍ ରବି ପାତ୍ର (୧୬) l ପ୍ରକାଶ ଯେ ରବି ପାତ୍ର ସକାଳୁ ଗାଧେଇବା ପାଇଁ ପଞ୍ଚାୟତ କାଯ୍ୟାଳୟ ନିକଟରେ ଥିବା କୂଅଁ କୁ ଗାଧେଇବା ପାଇଁ ଯାଇଥିଲେ l ରବି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରି କୂଅଁ ଯାଇ ରବି ଭାସୁଥିବା ର ଦେଖି ଦିଗପହଣ୍ଡି ଅଗ୍ନିଶମ ବାହିନୀ କୁ ଖବର ଦେଲେ l ଅଗ୍ନିଶମ ବାହାନି ଘଟଣା ସ୍ଥଳରେ ପହଞ୍ଚି ରବି କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ରବି କୁ ମୃତ ଘୋଷଣା କରିଥିଲେ l ଦିଗପହଣ୍ଡି ପୋଲିସ ଡାକ୍ତଖାନା ରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତଖାନାକୁ ପଠାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ