ବେଆଇନ ଗୋଚାଲାଣ ମାମଲାରେ ଟ୍ରକ ସହ ୪ଜଣଙ୍କୁ ବାନ୍ଧିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ହାଟବାଦଡା ଏବଂ ପଞ୍ଚପୀଢ ଉପଖଣ୍ଡର ଚଢେଇଭୋଳ ଏବଂ ଅଙ୍ଗାରପଦା ପାଲଟିଛି ଗୋମାଫିଆଙ୍କ ଆଡ୍ଡାସ୍ଥଳୀ ।କରୋନା ପାଇଁ ଯେତେ କଟକଣା ଥିଲେ ମଧ୍ୟ ଗୋମାଫିଆ ଅଦୃଶ୍ୟ ଶକ୍ତି ଆଶୀର୍ବାଦରେ ନିଜର ଗୋଚାଲାଣ ସାମ୍ରାଜ୍ୟ ସୁରୁଖୁରୁରେ ଚଳାଇଛନ୍ତି । କେତେବେଳେ ଗାଁବାଲାଙ୍କ ହାତରେ ପଡୁଛନ୍ତି ତାହାର କେତେବେଳେ ପୋଲିସ ହାତରେ ପଡୁଛନ୍ତି ହେଲେ ନିୟମ କୋହଳ ଏବଂ ଅଦୃଶ୍ୟ ଶକ୍ତିର ଆଶୀର୍ବାଦରେ ନିର୍ଭୟରେ ବେପାର କରି ଚାଲିଛନ୍ତି । ସୂଚନାଯୋଗ୍ୟଯେ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ରାଇରଙ୍ଗପୁର-ଯଶିପୁର ୨୨୦ ନମ୍ବର ଜାତୀୟ ରାଜପଥ କାଦୁଆଣୀ ଛକରେ ମଙ୍ଗଳବାର ରାତିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ OD O9R 7611 ଟ୍ରକରେ ୩୮ ଟି ବାଛୁରୀ ଏବଂ ବଳଦ ଡଲାଭିତରେ ନିର୍ଦୟ ,ଅମାନବିକ, ଦୟନୀୟ ଭାବରେ ଦେଖିବାକୁ ପାଇ ଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସଙ୍ଗେ ସଙ୍ଗେ ଗାଡ଼ିର କାଗଜ ପତ୍ର ଯାଞ୍ଚ କରିଥିଲେ ।ଗାଡ଼ିରେ ଆବଶ୍ୟକୀୟ ସରକାରୀ କାଗଜପତ୍ର ଦେଖିବାକୁ ପାଇ ନ ଥିଲେ ।ଫଳରେ ଗାଡ଼ିରେ ଥିବା ବାଛୁରୀ ଏବଂ ବଳଦକୁ ରାଇରଙ୍ଗପୁର ଅଁଳାଡୁବାସ୍ଥ ଗୋଶାଳାରେ ରଖାଇବା ସହ ଗାଡ଼ିଟି କୁ ଜବତ କରି ଗାଡ଼ିରେ ଥିବା ୪ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀର ସେକ୍ ତପୁ(୪୫) ଘର-ପରାସାଇଲୋ,ସେକ୍ସ୍ ଅବସର(୧୯) ,ତରିକୁଦ୍ଦିନ ଖାଁ (୩୪) ଏବଂ ସେକ୍ସ୍ ଓ୍ବାସାକ୍ ଖାଁ। ସମସ୍ତଙ୍କ ଘର- ସୁକରପଦା ସେମାନଙ୍କ ନାମରେ ମାମଲା କେଶ ନଂ ୧୫୪/୨୦ ଏବଂ ପଶୁକ୍ରୁରତା ନିୟମ ଅନୁସାରେ ଧାରା ପକାଯାଇ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି ।ହେଲେ ଏହି ଗୋଚାଲାଣର ମୁଖ୍ୟ ନାୟକଙ୍କୁ ପୋଲିସ କେବେ ବାନ୍ଧୁଛି ଦେଖିବାକୁ ବାକି ରହିଲା !


