କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ସାଗର ସାହି ର ବଳରାମ ପ୍ରଧାନ ଙ୍କ ଚାଷଜମି ରେ ଥିବା କୂଅ ମଧ୍ୟରୁ  ଏକ ବିରଳ ପ୍ରଜାତି ର ଗାଡ଼ ଭାଲୁ ( ହନି ବ୍ରିଜଡେର) କୁ ଶୁକ୍ରବାର ସକାଳେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି।ଗୁରୁବାର ବିଳମ୍ବିତ ରାତି ରେ ଭାଲୁ ଟି ଖାଦ୍ୟ ଅନ୍ୱେଷଣ ରେ ନିକଟସ୍ଥ ଜଙ୍ଗଲରୁ ଜନବସତି ନିକଟକୁ ଚାଲିଆସିଥିଲା।ପରେ ଭାଲୁ ଟି ଅନ୍ଧକାର ରାତି ରେ ବାଟବଣା ହୋଇ କୂଅ ଭିତରେ ଗଳି ପଡିଥିଲା। ଭୋର ରେ କିଛି ବ୍ୟକ୍ତି ସେହି ରାସ୍ତାରେ ଯାଉଥିବା ବେଳେ କୂଅ ମଧ୍ୟରୁ ଗର୍ଜନ ଆସୁଥିବା ଶୁଣିଥିଲେ। ପରେ କୂଅ ଭିତରେ  ଭାଲୁ ଟିକୁ ଦେଖିଥିଲେ।ଖବର ଗାଁ ସାରା ପ୍ରଚାରିତ ହେବା ପରେ ଭାଲୁ ଦେଖିବାକୁ ସେଠାରେ ଜନଗହଳି ହୋଇଥିଲା।ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ ଏବଂ ଚନ୍ଦ୍ରଗିରି ବନାଞ୍ଚଳ  ଭୀଷ୍ମଗିରି ସେକ୍ସନ ବନପାଳ ଦେବାଶିଷ ଶତପଥି, ପୋଡ଼ାମାରି ଡେପୁଟି ରେଞ୍ଜର ରୂପକ କୁମାର ପ୍ରଧାନ, ବନପାଳ ସୁନୀଲ ମଣ୍ଡଳ  ଏବଂ ବନବିଭାଗ ରେପିଡ ଆକ୍ସନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଘଣ୍ଟା ର ପରିଶ୍ରମ ପରେ କୌଶଳକ୍ରମେ ଭାଲୁ ଟିକୁ ଉଦ୍ଧାର କରିଥିଲେ।ଉଦ୍ଧାର ଗାଡ଼ ଭାଲୁ ଟିର ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଜଣାପଡିଛି।ଭାଲୁ ଟିକୁ ବନବିଭାଗ କର୍ମଚାରୀ ବୃନ୍ଦ ଜନ୍ତା ରେ ରଖି ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ କୁ ନେଇଥିଲେ।ଆବଶ୍ୟକ ଚିକିତ୍ସାପରେ ଭାଲୁ କୁ  ଜଙ୍ଗଲରେ ଛାଡି ଦିଆଯିବ ବୋଲି ଡେପୁଟି ରେଞ୍ଜର କହିଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ