କୃଷକ ମନ୍ଦିରରେ କୃଷକମାନଙ୍କ ପ୍ରାର୍ଥନା ଫନି ଭଳି ପରିସ୍ଥିତି ସୃଷ୍ଟି ନହେଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଟକ ଜିଲ୍ଲାର ମାହାଙ୍ଗା ଥାନା ଅର୍ନ୍ତଗତ ମଣିଜୋରି ଗୋକନଠାରେ ଭାରତର ପ୍ରଥମ କୃଷକ ମନ୍ଦିର ପବିତ୍ର ଅକ୍ଷୟ ତୃତୀୟାରେ ଶହ ଶହ କୃଷକ ଏକାଠ ହୋଇଥିଲେ । ସେଠାରେ ମା’ ବୁଢୀ ଜାଗୁଳାଇ କୀର୍ତ୍ତନ ମଣ୍ଡଳୀ ତରଫରୁ ‘ଭଗବାନ ଜୟ କିଷାନ’ କୀର୍ତ୍ତନ କରିବା ସହ ଉପସ୍ଥିତଥିବା ସମସ୍ତ ·ଷୀଭାଇମାନେ କୃଷକ ଦେବତାକୁ ଫୁଲ, ଫଳ ଓ ପୁଷ୍ପ ଦେଇ, ହୋମଯଜ୍ଞ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଫନି ଭଳି ବାତ୍ୟା ଯେଉଁଭଳି ଭାବରେ ୧୩ଟି ଜିଲ୍ଲାରେ ତାଣ୍ଡବ କରି କୃଷକମାନଙ୍କ ଧନ ଜୀବନ ନଷ୍ଟ କରିବା ସହ ମେରୁଦଣ୍ଡକୁ ଭାଙ୍ଗି ଦେଇଛି, ସେଭଳି ପରିସ୍ଥିତ ଆଉ ସୃଷ୍ଟି ନହେଉ ବୋଲି କୃଷକ ମନ୍ଦିରରେ ପ୍ରାର୍ଥନା କରିଥିଲେ । ରାଜ୍ୟ ସରକାର କୃଷକମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରିନଥିବାରୁ କୃଷକମାନେ ସେଠାରେ କ୍ଷୋଭ ପ୍ରକାଶ କରିଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ବହୁ କୃଷକନେତାମାନେ ଜୟ କୃଷକ କ୍ଲବ ତରଫରୁ ସମ୍ମାନିତ କରାଯାଇଥିଲା । ଦୀର୍ଘ ୧୪ବର୍ଷ ଧରି କୃଷକ ମନ୍ଦିର ସହିତ ଜଡ଼ିତ ଥିବା ପୂଜକ ଝୁମ୍ପେଇ ମାଉସୀ, ମୂରଲୀ ନନା, ଗାୟକ ଗୋପିଆ ରାଉତ ଦେହତ୍ୟାଗ କରିଥିବାରୁ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ପୁଅମାନଙ୍କୁ ଏହି ମହାନ୍ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । କୃଷକ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରି·ଳନା କରିଥିବା ବେଳେ କାଳିଆ ନନା, ତ୍ରିଲୋଚନ ସାହୁ, ବଳରାମ ଦାସ, ବହ୍ଲା ସାହୁ, ସର୍ବେଶ୍ୱର ପଟ୍ଟାୟତ, ରାଜକିଶୋର ନାୟକ, ଶଙ୍କରର୍ଷଣ ସାହୁ, ବୈରାଗୀ ବାରିକ, ସୁନାକର ସାହୁ, ରମାକାନ୍ତ ସାହୁ, ପୁନନନ୍ଦ ସାହୁ, ବୃନ୍ଦାବନ ସାହୁ, ତପନ ବାରିକ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ଶେଷରେ ରାସ୍ତାରେ ଯାଉଥିବା ପଥ·ରୀମାନଙ୍କୁ ମିଷ୍ଟାନ୍ନ, ଦହିପଣା ସର୍ବତ ବଣ୍ଟନ କରିଥିଲେ ।