କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା
ନୂଆଦିଲ୍ଲୀ/ ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସଏଲସି)ରେ ଖନନ ପ୍ରକ୍ରିୟା କାର୍ୟ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ବୋଲି ଆଜି ଇସ୍ପାତ୍ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀ ପ୍ରଧାନଙ୍କ ଅଧକ୍ଷତାରେ ବସିଥିବା ବୈଠକ ରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଆଜିର ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି । ସେଲ୍ ଏବଂ ଆରଆଇଏନଏଲ ବିଏସଏଲସିରୁ ଅଗ୍ରୀମ ଭାବରେ ଡୋଲୋମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ । ଏହି କାର୍ୟ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ବୈଠକରେ ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସଏଲସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲ୍ଲାରେ ଖନନ ଏବଂ ବିପଣନ ଚୁନା ପଥର ଓ ଡିଲୋମାଇଟର କାରବାର କରୁଛି । କୌଣସି କାରଣରୁ ବିଗତ କିଛି ଦିନ ଧରି ବିଏସଏଲସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା । ଏହି ମାମଲାକୁ ସଂସଦ ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜୁଏଲ ଓରାମ ଏବଂ ବିରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

 
             
						 
						 
						 
						 
						 
						
