କେନ୍ଦ୍ରାପଡା କଲେଜ ୧୯୯୫ବ୍ୟାଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ କଲେଜ ପରିସରରେ ୧୯୯୫ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ୨୦୧୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ କଲେଜ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଆସୁଛି। ଏହି ଉପଲକ୍ଷେ ବ୍ୟାଚର ପୁରାତନ ଛାତ୍ର ତଥା ପ୍ରାକ୍ତନ ଛାତ୍ର ସଂସଦ ସଭାପତି ଶରତ କୁମାର ସିଂଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୁରାତନ ଛାତ୍ର ଅଶ୍ୱିନୀ କୁମାର ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ପ୍ରଣବ ସାମଲ, ବୀରେନ୍ଦ୍ର ନାଥ, ଦିବ୍ୟଜ୍ୟୋତି ସାହୁ, କମିରୁଦ୍ଦିନ, ଶାରଦା ପ୍ରସନ୍ନ ସାହୁ, ସୁମିତ୍ରା ସ୍ୱାଇଁ, ଡ. ରଶ୍ମୀ କର, ମନୋରଞ୍ଜନ ସିଂ, ହେମନ୍ତ କୁମାର ସାହୁ, ମନୋଜ ଜେନା, ପ୍ରଦିପ ସେଠୀ, ଅରବିନ୍ଦ ଶତପଥୀ, ପ୍ରଜ୍ଞା ମହାନ୍ତି ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶ ଓ କଲେଜର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ଛାତ୍ରାବାସ ପ୍ରଭୃତି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଏସବୁର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ