କେନ୍ଦ୍ରାପଡା ଜିଲାରେ ଆଜି ୩୨କରୋନା ପଜିଟିଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୩୨ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୨ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୧୧ଜଣ ଗରଦପୁର ବ୍ଲକରେ ୨ଜଣ, କେନ୍ଦ୍ରାପଡା ବ୍ଲକରେ ୮, ମହାକାଳପଡା ବ୍ଲକରେ ୩, ମାର୍ଶାଘାଇ ବ୍ଲକରେ ୪ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।


