କେନ୍ଦ୍ରାପଡା ପୌରାଚଂଳର ୧୨ ଓ ୧୩ ନଂ ୱାର୍ଡକୁ ପରିଦର୍ଶନ କଲେ ବିଧାୟକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳର ୧୨ ନମ୍ବର ୱାର୍ଡର ଜଇପୁରା, ହଜାରିବଗିଚା ଏବଂ ୧୩ ନମ୍ବର ୱାର୍ଡର ରଣପଡା ଓ ଚଉଁରି ବରହମପୁର ଗ୍ରାମକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ରବିବାର ପରିଦର୍ଶନ କରି ୱାର୍ଡ ମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ତ୍ୱରାନିତ ହୋଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦେଶ ଦେଇଥିଲେ । ୱାର୍ଡ ଗୁଡିକର ଜନସାଧାରଣଙ୍କ ସହ ମିଶି ବ୍ୟକ୍ତିଗତ ସମସ୍ୟା ବୁଝିବା ସହିତ ରାସନ କାର୍ଡ ଠାରୁ ଆରମ୍ଭ କରି ଡ୍ରେନେଜ ଓ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ବିଶେଷ କରି ୧୩ ନଂ ୱାର୍ଡର ରଣପଡା ଠାରେ ସାମାନ୍ୟ ବର୍ଷା ହେଲେ ଘରେ ଘରେ ଆଣ୍ଠୁଏ ଲେଖାଁଏ ପାଣି ଜମି ରହୁଥିବାରୁ ସ୍ଥାନୀୟ ଳୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ବିଧାୟକ ଶ୍ରୀ ବେହେରାଙ୍କୁ ଜଣାଇଥିଲେ । ବିଧାୟକ ଶ୍ରୀ ବେହେରା ଏହି କଥା ଶୁଣି ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, କନିଷ୍ଠ ଯନ୍ତ୍ରୀ ଓ ଏମ. ଇ. ଙ୍କ ସହ କଥା ହୋଇ ତୁରନ୍ତ ସେହି ସମସ୍ୟାର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ସେଠାରେ ଥିବା ନୁରୀ ମସଜିଦ, ରାଜା ମସଜିଦ , କବର ସ୍ଥାନ ଓ ଶ୍ମଶାନ ପ୍ରଭୃତି ବୁଲି ଦେଖିବା ସହ ସେସବୁର ରକ୍ଷଣା ବେକ୍ଷଣା ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ଏହି ପରିଦର୍ଶନ ସମୟରେ ଆଇନଜୀବୀ ସଞ୍ଜୟ କୁମାର ଜେନା, ସେକ ୱାହିଦ, ସେକ ବୁନା,୧୩ ନଂ ୱାର୍ଡର ସଭାପତି ସେକ ୟୁସୁଫ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ମଙ୍ଗଳ ବରଣ ସିଂ, ଜ୍ଞାନ ରଂଜନ ଜେନା, ସୟଦ ଅକମଲ ଅଲ୍ଲୀ, ସେକ ମୋବିନ, ରାଜ କିଶୋର ରାଉତଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ,ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ), ଟୁକୁନା ନାୟକ, ରଜ ନାୟକ , ସେକ ତାଜୁଦ୍ଦିନ, ସେକ ଫିରୋଜ, ସେକ କାଲା, ସେକ ରିହାନ, ସେକ ଲିଆକତ , ସେକ ସୋଲି, ସେକ ମନ୍ନା, ସେକ ଦବିର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ