ଧନେଶ୍ୱର ଷଣ୍ଢଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ସମାଜସେବୀ ଧନେଶ୍ୱର ଷଣ୍ଢଙ୍କ ଦ୍ୱାଦଶାହ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ପରିପାଙ୍ଗରା ଗ୍ରାମସ୍ଥିତ ବାସଭବନରେ ଅନୁଷ୍ଠିତ ସ୍ମୃତିସଭାରେ ପବିତ୍ର କୁମାର ଷଣ୍ଢ,ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ଜେନା, ହାତୀନା ପଞ୍ଚାୟତ ସରପଞ୍ଚ ସମୀର ସେଠୀ, କାଳନ୍ଦୀ ବେହେରା, ଅନାଦୀ ଚରଣ ଜେନା, ଶରତ ଷଣ୍ଢ, ଜାମିନିକାନ୍ତ ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଷଣ୍ଢଙ୍କ ବହୁମୂଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।


