କେନ୍ଦ୍ରାପଡା ବିଜେପିର ମିଶ୍ରଣ ପର୍ବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲାର ୮ନମ୍ବର ଜୋନର ପକ୍ଷରଏକ ମିଶ୍ରଣ ପର୍ବ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଓସ୍ତପୁର,କଂସାର,ପୁରୁଷୋତ୍ତମପୁର ଓ କପାଳେଶ୍ୱର ପଂଚାୟତର ଅନେକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଲଲାଟକେଶରୀ ସାମଲଙ୍କ ସଂଯୋଜନାରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା,ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ସୁନାକର ବେହେରା,ଜିଲ୍ଲା ଆଇ.ଟି.ସଂଯୋଜକ ତଥା ଜୋନ ପ୍ରଭାରୀ ଅଭିମନ୍ୟୁ ଗୋଛାୟତ,ନଗର ସଭାପତି ଦିଲ୍ଲିପ ଦାଶ ପ୍ରମୁଖ ଉପସ୍ଥିତ ରହି ଦଳରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଫଳରେ ଦଳର ସଂଗଠନ ଆହୁରି ମଜଭୁତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ମିଶ୍ରଣ ପର୍ବରେ ଶ୍ରୀମତ ରାଉତ,ଶରତ ରାଉତ,ଉମେଶ ମଳିକ,ଶୁକଦେବ ମଳିକ,ବାଞ୍ଛାନିଧି ରାଉତ,ନିରାକାର ରାଉତ,ଅଭୟ ରାଉତ,କଳାକାର ମଳିକ, ଶୁଭେନ୍ଦୁ ଶୁଭଦର୍ଶନ ରାଉତ,ବୁଲୁ ମଳିକ,ରବିନ୍ଦ୍ର ସ୍ୱାଇଁ,ଭାଗ୍ୟଧର ରାଉତ ପ୍ରମୁଖ ଦଳରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ବାସୁଦେବ ତ୍ରିପାଠୀ,ମନମୋହନ ବେଉରା,ପ୍ରଦୀପ ରାଉତ,ନିଗମାନନ୍ଦ ରାଉତ,ମୁକ୍ତିକାନ୍ତ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ