ଭିନ୍ନକ୍ଷମଙ୍କୁ “ସ୍ୱାଭିମାନ” ଯୋଜନାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୁଲ୍ୟରେ ବୁଧବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜଣେ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ “ସ୍ୱାଭିମାନ” ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଗ୍ରାମପଂଚାୟତର ଗୋବିନ୍ଦପୁର ଗ୍ରାମର କ୍ଷେତ୍ରବାସୀ ନାୟକଙ୍କ ପୁତ୍ର ଶାରୀରିକ ଭିନ୍ନକ୍ଷମ ବିଭୂତି ଭୁଷଣ ନାୟକ(୪୮)ଙ୍କ ନାମରେ ପଟ୍ଟାମୁଣ୍ଡାଇ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ଏକ ୫୦ହଜାର ଟଙ୍କାର ଡି.ଆର.ଆଇ ଋଣ ମଞ୍ଜୁର ହୋଇଥିବା ବେଳେ ତାଙ୍କୁ ସହାୟତା ନିମନ୍ତେ “ସ୍ୱାଭୀମାନ” ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ରାଶିର ଚେକ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ଭରତ ଚନ୍ଦ୍ର ପରିଡା, ପଟ୍ଟାମୁଣ୍ଡାଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଉଦରସୁନ୍ଦର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ