କେନ୍ଦ୍ରାପଡା ବିଧାୟକଙ୍କ ବିରୋଧ କରି ସହରର ବିଭିନ୍ନ ସ୍ଥାନରେ ବ୍ୟାନର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା, ଇନ୍ଦୁପୁର ଓ ନିକିରାଇ ପ୍ରଭୃତି ସ୍ଥାନକୁ ବିଭିନ୍ନ ସଭା, ସମିତିରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଅଣ୍ଡାମାଡ ହୋଇଥିବା ଘଟଣାର ମାତ୍ର ଦୁଇଦିବ ପୁରଣ ହୋଇନଥିବା ବେଳେ ପୁନର୍ବାର ଇଂରାଜୀ ନବବର୍ଷ ଅବସରରେ ବିଧ।।ୟକ ଶ୍ରୀ ବେହେରାଙ୍କୁ ଟାର୍ଗେଟ କରାଯାଇଥିବା ଦେଖିବାକୁ ମିଳିଛି । ବିଧାୟକ ଶ୍ରୀ ବେହେରାଙ୍କୁ ଖୋଲାଖୋଲି ବିରୋଧ କରାଯାଇ ସର୍ବସାଧାରଣ ସ୍ଥାନରେ ତାଙ୍କ ବିରୋଧରେ ବ୍ୟାନର ସବୁ ଲଗାଯାଇଥିବା ଦେଖିବାକୁ ମିଳିଛି । ସେହି ବ୍ୟାନରରେ ବିଧାୟକଙ୍କ ସମେତ ତାଙ୍କ ପୁତ୍ରକୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରାଯାଇ ଲେଖାଯାଇଥିବା ଦେଖାଯାଇଛି । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ କାର୍ଯ୍ୟ କରିବାର ଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି । କେନ୍ଦ୍ରାପଡା ସହରର କଜଳା, ଶ୍ୟାମସୁନ୍ଦରପୁର ଗଡା, ଦୁହୁରିଆ ଓ ଇଛାପୁର ପ୍ରଭୃତି ସ୍ଥାନରେ ଲଗାଯାଇଥିବା ବ୍ୟାନରରେ – “କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ପିସି ଆଦାୟ ଛଡା ଆଉ କ’ଣ କରିଛ ଶଶି ତୁମେ ଜବାବ ଦିଅ”, “ପରଦେଶୀ ବାପପୁଅ ଗ୍ୟାଙ୍ଗ ହଟାଓ, କେନ୍ଦ୍ରାପଡା ବଞ୍ଚଅ” ବୋଲି ଲେଖାଯାଇଛି । ଦିନକୁ ଦିନ ବିଧାୟକ ଶଶି ଭୂଷଣ ବେହେରାଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ବିଧାୟକଙ୍କ ବିପକ୍ଷରେ ବିରୋଧାଭାଷ ଲଗାତର ଭାବେ ବଢିବାରେ ଲାଗିଛି । ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷକରୁ କିଛିମାସ ଅଧିକ ଥିବା ବେଳେ ବିଧାୟକ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଦିନକୁ ଦିନ ବଢୁଥିବା ଜନଅସନ୍ତୋଷକୁ ଦଳ ପକ୍ଷରୁ କିଭଳି ଗ୍ରହଣ କରାଯାଉଛି ଏବଂ ଏସମ୍ପର୍କରେ ଦଳ ପକ୍ଷରୁ କ’ଣ ନିଷ୍ପତ୍ତି ନିଆଯାଉଛି ତାକୁ ସମସ୍ତ ଉତ୍କାଣ୍ଠର ସହ ଦେଖିବାକୁ ଅପେକ୍ଷା କରିଛନ୍ତି । ଏସମ୍ପର୍କରେ ବିଧାୟକ ଶ୍ରୀ ବେହେରାଙ୍କୁ ପଚରାଯିବାରେ ସେ ଏବିଷୟରେ କିଛି ଖବର ପାଇନଥିବା କହିଛନ୍ତି । ତାଙ୍କ ବିକାଶ କାର୍ଯ୍ୟକ୍ରମକୁ ସହିନପାରି ଏପରି ବିରୋଧ କରାଯାଉଥିବା ବିଧାୟକ କହିଛନ୍ତି । କେନ୍ଦ୍ରାପଡାର ଜନତା ଜାଣନ୍ତି ସେ ଅଞ୍ଚଳର ବିକାଶ ପାଇଁ କି କି କାମ କରିଛନ୍ତି । ତେବେ ଏଥିରେ ତାଙ୍କୁ କିଛି ଫରକ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ