କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣଙ୍କ ଜନସମ୍ପର୍କ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଶନିବାର ସକାଳେ ପରିଦର୍ଶନରେ ବାହାରି ଦୁହୁରିଆ କ୍ରସିଂ ଛକରେ ପହଁଚିଥିଲେ । ସେଠାରେ ଉପସ୍ଥିତ ଲୋକମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ କେନ୍ଦ୍ରାପଡା ସହରର ପ୍ରବେଶ ଦ୍ୱାର ଦୁହୁରିଆ ଠାରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଓ କେତେକ ମୁଖ୍ୟ ସ୍ଥାନ ସମ୍ପର୍କରେ ସୈାନ୍ଧର୍ଯ୍ୟ କରଣ କରାଯିବା ସହ ସୂଚନା ପ୍ରଦାନ ଭଳି ବ୍ୟବସ୍ଥା କରାଯିବା ବିଷୟରେ ଆଲୋଚନା କରିଥିଲେ । ଏହି ଜିଲ୍ଲାକୁ ବାହାର ଜିଲ୍ଲା ବା ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ବା ଆଗନ୍ତୁକମାନେ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ପ୍ରମୁଖ ସ୍ଥାନ ଗୁଡିକ ସମ୍ପର୍କରେ ଦୁହୁରିଆରେ ପହଁଚିବା ପରେହିଁ ସେଠାରୁ ଜିଲ୍ଲା ବିଷୟରେ ସମ୍ୟକ ସୂଚନା ପାଇପାରିବେ । ଏତଦ ବ୍ୟତିତ ସେମାନଙ୍କ ସହିତ ଚା ପାନ କରି ସୁଖଦୁଃଖ ସମ୍ପର୍କରେ ମତ ବିନିମୟ କରିଥିଲେ । ବିଧାୟକଙ୍କ ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୁବନେତା ମହେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଦୁହୁରିଆ ବଜାର କମିଟି ସଭାପତି କ୍ଷେତ୍ରବାସୀ ସାହୁ, ସମ୍ପାଦକ ସନାତନ ମୁଦୁଲି, ଶିକ୍ଷାବୀତ କାର୍ତ୍ତିକ ଚରଣ ନାୟକ, ପତିତପାବନ ନାଥ, ବେଣୁଧର ନାଥଶର୍ମା, ପ୍ରଭାକର ସାହୁ, ଗଙ୍ଗାଧର ସେଠୀ, ବସନ୍ତ କୁମାର ମଲ୍ଲିକ, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ