କେନ୍ଦ୍ରାପଡା ସହରରେ ସିଟି ହସପିଟାଲ ଦାବିରେ ବନ୍ଦ ଡାକରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶ୍ୟାମଗୁଡିଆ ଠାରେ ନିର୍ମିତ ନୂତନ ଗୃହକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସହରବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହରେ ଏକ ସିଟି ହସପିଟାଲ କରାଯିବାକୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ କାଉନସିଲର ପ୍ରଫୁଲ୍ଲ କୁମାର ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରୋକ୍ତ ସମସ୍ୟା ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆସନ୍ତା ୧୭ତାରିଖରେ କେନ୍ଦ୍ରାପଡା ବନ୍ଦ ଡାକରା ଦିଆଯାଇଛି । ଏଥିସହିତ ସେହିଦିନ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଓ ଅନଶନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ପ୍ରାକ୍ତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ଗୋପିନାଥ ବାରିକ, ହିବଜୁର ରହେମାନ, ଅମର ବିଶ୍ୱାଳ, ସେକ ଅକମଲ, ମୁକ୍ତାର ଖାନ, ଗୟାଧର ଧଳ ପ୍ରମୁଖ ବହୁ ନେତୃସ୍ଥାନୀୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କମିଟି ପକ୍ଷରୁ ସନ୍ଧ୍ୟାରେ ସହରରେ ଏକ ବାଇକ ରାଲି କରାଯାଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ