କେନ୍ଦ୍ରାପଡିଆ କଳାକାର ପକ୍ଷରୁ ଅନଲାଇନ ଡ୍ୟାନସ ଫେଷ୍ଟିଭାଲ -୨୦୨୦ର ଗ୍ରାଣ୍ଡ ଫାଇନାଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଶ୍ୟାମସୁନ୍ଦରପୁରଗଡାସ୍ଥିତ ଚଣ୍ଡିଆ ହୋଟେଲ ପ୍ୟାଲେସ ପସ୍ତୁତ ତଥା କେନ୍ଦ୍ରାପଡିଆ କଳାକାର ଦ୍ୱାରା ଆୟୋଜିତ ଅନଲାଇନ ଡ୍ୟାନସ ଫେଷ୍ଟିଭାଲ -୨୦୨୦ର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଚଣ୍ଡିଆ ହୋଟେଲ ପ୍ୟାଲେସ ପରିସରରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ହୋଟେଲର ପ୍ରତିଷ୍ଠାତା କ୍ଷୀରୋଦ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଦେବଦାସ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଜଗନ୍ନାଥ ଧଳ, ବିଶିଷ୍ଟ ସଂଗୀତକାର କୈଳାସ ସାହୁ, ସମାଜସେବୀ ବିଷ୍ଣୁପ୍ରୀୟା ସାମଲ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ଓଡିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେଆର ଆସୋସିଏସନର ରାଜ୍ୟ ସମ୍ପାଦକ ଜୀତୁ ମଙ୍ଗରାଜ ଓ ସମାଜସେବୀ ରଞ୍ଜନ କର ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡାର ଏହି କୁନି କୁନି କଳାକାରମାନେ ଆଗାମୀ ଦିନରେ କେନ୍ଦ୍ରାପଡା ଓ ଓଡିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହ ଆମ ପାଇଁ ସୁନାମ ଆଣିବେ ବୋଲି ମତବ୍ୟକ୍ତ କରିଥିଲେ । ଓଡିଶାର ପ୍ରତିଷ୍ଠିତ କଳାକାରମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଏହି କେନ୍ଦ୍ରାପଡାର ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ । ସଂଗୀତର ତାଳେ ତାଳେ ଏହି କୁନି କୁନି ପିଲାମାନଙ୍କ ନୃତ୍ୟ ଆମୋଦିତ ଓ ମନ୍ତ୍ରମୁଗ୍ଧ କରିଦେଇଥିଲା ଦର୍ଶକମାନଙ୍କୁ । ଗତ ୪ମାସ ତଳେ ଆରମ୍ଭ ହୋଇଥିବା ଏହି ଅନଲାଇନ ଡ୍ୟାନସ ଫେଷ୍ଟିଭାଲ -୨୦୨୦ର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତାରେ ମୋଟ ୧୯ଜଣ କୁନି କଳାକାର ଅଂଶଗ୍ରହଣ କରିଥିଲେ । ବିନା ଗୁରୁରେ ନୃତ୍ୟ ପରିବେଷଣ କରିଥିବା କଳାକାର ସ୍ୱାପ୍ନାରାଣୀ ସାହୁଙ୍କ ନୃତ୍ୟକୁ ସର୍ବାଧିକ ୧୪ହଜାର ଦର୍ଶକ ଅନଲାଇନରେ ଦେଖିଥିବାରୁ ତାଙ୍କୁ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ବରିଷ୍ଠ ଗ୍ରୁପର ଜାହ୍ନବୀ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ଗ୍ରୁପର ଏସ.ସୈାମ୍ୟା ସୁଚରୀତା ଓ ପ୍ରତ୍ୟାଶା ସାମଲ ଯୁଗ୍ମ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅତିଥିମାନେ ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିଥିଲେ । କେନ୍ଦ୍ରାପଡିଆ କଳାକାରର ସମ୍ପାଦକ ଉମାକାନ୍ତ ଜେନା ଉତ୍ସବର ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜଗନ୍ନାଥ ଦାସ ମହାନ୍ତି, ବଳରାମ ସାହୁ, ଗୈାତ୍ତମ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ