କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ନାକ୍ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ନାକ୍(ନ୍ୟାସନାଲ ଆସେସମେଣ୍ଟ ଓ ଆକ୍ରିଡିଟେସନ କାଉନସିଲ) ମାନ୍ୟତା ପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏ ନେଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ସୂଚନା ମିଳିଛିି । ନାକ୍ ମାନ୍ୟତା ପାଇବା ପାଇଁ ହେଲେ ମହାବିଦ୍ୟାଳୟକୁ ମୁଖ୍ୟତଃ ୱାଇ ଫାଇ କ୍ୟାମ୍ପସରେ ପରିଣତ କରିବାକୁ ପଡିବ । ଏଥିସହିତ ସ୍ମାର୍ଟ କ୍ଲାସରୁମ କରିବାକୁ ପଡିବ, ଜିଓ ଟ୍ୟାଗ ଥିବା ସମ୍ମିଳନୀ କକ୍ଷ ପ୍ରସ୍ତୁତ କରିବାକୁ ପଡିବ, କମ୍ପ୍ୟୁଟର ସେଲ କରିବାକୁ ପଡିବ, ବାୟୋ ଗ୍ୟାସ ପ୍ଲାଣ୍ଟ କରିବାକୁ ପଡିବ, ଲାବୋରୋଟୋରୀକୁ ଉନ୍ନତ ମାନର କରିବା ସହିତ ଗବେଷଣା କାର୍ଯ୍ୟକ୍ରମକୁ ବୃଦ୍ଧି କରିବାକୁ ପଡିବ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ବେହେରା କହିଛନ୍ତି । ସେହିପରି ବର୍ଷା ଜଳ ଅମଳ ବ୍ୟବସ୍ଥା କରିବାକୁ ପଡିବ, ସୌର ପ୍ଲାଣ୍ଟ କରିବାକୁ ପଡିବ, ମହାବିଦ୍ୟାଳୟରେ ବ୍ୟାଟେରୀ ଚାଳିତ ତିନିଚକିଆ ଗାଡି ଚାଲିବା ନେଇ ସେହିଭଳି କ୍ୟାମ୍ପସ କରିବାକୁ କରାଯାଇପାରିଲେ ମହାବିଦ୍ୟାଳୟ କୁ ନାକ୍ ମାନ୍ୟତା ମିଳିପାରିିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା କହିଥିଲେ । ଶ୍ରୀ ବେହେରା କହିଛନ୍ତି ଯେ ଏବେ ମହାବିଦ୍ୟାଳୟରେ ଶିକ୍ଷାଦାନ ଉପରେ ମୁଁ ବିଶେଷ ଭାବେ ଧ୍ୟାନ ଦେଇଛି । ପ୍ରଫେସର ବେହେରା ଗତ ୧୫ ଦିନ ହେବ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଯୋଗ ଦେଇଛି । ଏହି ୧୫ ଦିନ ମଧ୍ୟରେ ସବୁ କ୍ଲାସ ଯେପରି ହୋଇପାରିବ ତାହା ଉପରେ ସେ ଗୁରୁତ୍ୱ ଦେଇଛନ୍ତିି । ନିଜେ ମଧ୍ୟ ସେ କ୍ଲାସ ନେଉଛନ୍ତି । ଏଥିସହ ଅନ୍ୟ କ୍ଲାସ ହେଉଛି କି ନାହିଁ ସେ ନେଇ ପ୍ରତି ପିରିୟଡରେ ସେ ବୁଲି ଦେଖୁଛନ୍ତି । ଅନୁରୂପ ଭାବେ ମହାବିଦ୍ୟାଳୟକୁ କିପରି ନାକ ମାନ୍ୟତା ମିଳିବ ସେ ନେଇ ପ୍ରସ୍ତୁତି ମଧ୍ୟ ଯୋରଦାର ଚାଲିଛି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ବୃହତ ବେସରକାରୀ ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟରୁ ପାଠ ପଢି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ସୁନାମ ଆଣିଦେଇଛନ୍ତି । ତେଣୁ କେବଳ ରାଜ୍ୟ ସ୍ତରରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ସୁନାମ ରହିଛି । ଏହି ମହାବିଦ୍ୟଳୟରେ ପିଜି ପାଠ୍ୟକ୍ରମ ରହିଛି । ନାକ୍ ଟିମ ୨୦୨୧ ଡିସେମ୍ବରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ଗସ୍ତରେ ଆସିଥିଲେ । ସେମାନେ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଅନ୍ୟାନ୍ୟ ଭିତ୍ତିଭୂମି ଦେଖି ଫେରିଛନ୍ତି । ଏଥିସହ କ୍ୟାମ୍ପସକୁ କିଭଳି ଭାବେ ଉନ୍ନତ କରାଯାଇ ପାରିବ ତାହାର ଏକ ରୋଡମ୍ୟାପ ପ୍ରଦାନ କରିଛନ୍ତି । ଏହି ରୋଡମ୍ୟାପ ଅନୁଯାୟୀ ଆମେ ମହାବିଦ୍ୟାଳୟକୁ ଉନ୍ନତ କରିବା ପାଇଁ ଯୋଜନା କରିଛୁ । ଖୁବଶୀଘ୍ର ଏହି ସବୁ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି ।