କେରଳରେ ସତର୍କତା, ପୁଣି ଆସିଲା ନିପା ଭାଇରସ୍

ବିଗତ ୩୬୫ ଦିନପରେ କେରଳରେ ପୁଣି ହାଲଆଲର୍ଟ । ଭାରତକୁ ପୁଣି ଫେରି ଆସିଲା ନିପା ଭାଇରସ୍ । କେରଳ ବାସୀଙ୍କ ମନରେ ଭୟର ବାତାବରଣ । କାହିଁକି ନା ଗତବର୍ଷ ଅର୍ଥାତ ୨୦୧୭ ମସିହାରେ ନିପା ଭାଇରାସ କେରଳରେ ୧୭ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ପୁଣି ଥରେ କେରଳ ଆସିଛି ନିପା ଭାଇରସ । ଚଳିତ ବର୍ଷ କେରଳର ଜଣେ ଯୁବକ ନିପାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ ମନ୍ତ୍ରୀ ସୂଚନା ଦେଇଛନ୍ତି । ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ଥିବା ବେଳେ ଅନ୍ୟ ୮୫ ଜଣଙ୍କୁ ଲ୍ୟାବରେ ପରୀକ୍ଷା କରାଯାଉଛି । ଭିରୋଲୋଜି ଇନଷ୍ଟିଚୁଟରୁ ରକ୍ତ ନମୁନା ଆସିବା ପରେ ୮୫ ଜଣ ବ୍ୟକ୍ତିକଙ୍କୁ ନିପା ହୋଇଛି ନା ନାହିଁ ଜଣାପଡିବ । ଏହି ରୋଗ ବହୁତ ମାରତ୍ମକ ଅଟେ । କାଛୁ କୁଣ୍ଡିଆ ଯେଉଁ ପରି ଅନ୍ୟ ଦେହରୁ ଅନ୍ୟ ଦେହକୁ ଡିଆଁ ମାରିଥାଏ ଠିକ୍ ସେହିପରି ଏହି ରୋଗ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣଙ୍କୁ ନିପା ଭାଇରସ ବ୍ୟାପିଥାଏ । ଚିକିସ୍ରା କରୁଥିବା ୨ ଜଣ ନର୍ସଙ୍କୁ ମଧ୍ୟ ଡାକ୍ରରଖାନାରେ ଚିକିସ୍ରା ପାଇଁ ରଖାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ