କୋଇଲା ଟ୍ରକ ଜବତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ପକ୍ଷରୁ ଏକ ବେଆଇନ କୋଇଲା ଟ୍ରକକୁ ଜବତ କରାଯାଇଛି। ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ନେତୃତ୍ୱରେ ଗତ ରବିବାର ବିଳମ୍ବିତ ରାତିରେ ପେଟ୍ରୋଲିଂ ଚାଲିଥିବା ବେଳେ ଛତାବର ଟୋଲ ଗେଟ ନିକଟରୁ ଉକ୍ତ ବେଆଇନ କୋଇଲା ଟ୍ରକଟିକୁ ଜବତ କରାଯାଇଛି। ଓଡ଼ି୫ବି କେ୯୨୩୩ ଟ୍ରକଟି କଟକ ପଟୁ କୋଇଲା ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଥାନା ଅଧିକାରୀ ଏହାକୁ ଟୋଲ ଗେଟ ନିକଟରେ ଅଟକ ରଖିଥିଲେ। କାଗଜପତ୍ର ଯାଞ୍ଚ ବେଳେ ଏଥିରେ ବେଆଇନ କୋଇଲା ପରିବହନ ହେଉଥିବା ଜଣାପଡିବା ପରେ ପୁଲିସ ଗାଡିଟିକୁ ଜବତ କରିଥିବା ଜଣାପଡ଼ିଛି। ଏହା ସହିତ ଟ୍ରକ ଚାଳକ ଭଦ୍ରକ ମିର୍ଜାପୁରର ଏସକେ ରିୟାଉଦ୍ଦିନ ଓ ହେଲପରକୁ ଗିରଫ କରାଯାଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି।


