କୋଣାର୍କ ଭଗବତୀ ଜଙ୍ଗଲ ନିକଟ ରୁ ହରିଣ ର ମୃତ ଦେହ ଉଦ୍ଧାର

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ରୁ ଖାଦ୍ୟ ଅନୁସରଣ ରେ ଏକ ଅଣ୍ଡିରା ହରିଣ ଆସି ଭଗବତୀ କାଜୁ ଜଙ୍ଗଲ ନିକଟରେ ମରି ପଡିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଉକ୍ତ ହରିଣ ଟି କୋଣାର୍କ ଭାଗବତୀ ନିକଟସ୍ତ ନବୋଦୟ ବିଦ୍ୟାଳୟ ର ଫାଟକ ସାମ୍ନାରେ ମରିପଡିଥିବା ର ଦେଖି କିଛି ସ୍ଥାନୀୟ ଲୋକ ପ୍ରଥମେ ବନ ବିଭାଗ ଓ ଗଣମାଧ୍ୟମ କୁ ଖବର ଦେଇଥିଲେ ।ଏହା ପରେ ବନ ବିଭାଗର କର୍ମଚାରୀ ମାନେ ପହଂଚି ମୃତ ହରିଣ ଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ହରିଣ ଟି କିଛି ବୁଲା କୁକୁରଙ୍କ ଆକ୍ରମଣରେ ପ୍ରାଣ ହରାଇଛି ବୋଲି କୋଣାର୍କ ବନବିଭାଗ ପକ୍ଷରୁ ଗଣମାଧ୍ୟମ କୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ