କୋଣାର୍କ ରେ ମୋ ଦେଶ ମୋ ମାଟି ର କଳସ ଶୋଭାଯାତ୍ରା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ନେହେରୁ ଯୁବ କେନ୍ଦ୍ର ପୁରୀ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କ ସ୍ଥିତ ବସନ୍ତ ମଞ୍ଜରୀ ପାଠାଗାର, ଫ୍ରେଣ୍ଡସ କ୍ଳବ୍ ର ଶତାଧିକ ଯୁବକ ଯୁବତୀ ସମେତ କୋଣାର୍କ ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି କୋଣାର୍କ ବଜାର, ସହ ଆଖପାଖ ଦୁଇଟି ପଞ୍ଚାୟତ ରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ରେ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି। ମୂଖ୍ୟ ଅତିଥି ନେହେରୁ ଯୁବ କେନ୍ଦ୍ର ର ସଭାପତି,ଫ୍ରେଣ୍ଡ୍ସ କ୍ଳବର ସଭାପତି ଓ ବସନ୍ତି ମଞ୍ଜୁରୀ ର ସଭାପତି ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ଗାଁ ପଞ୍ଚାୟତ ରୁ ଦେବାଳୟ,ଶହିଦୀ ଜବାନଙ୍କ ଅଗଣାର ମାଟି, ପ୍ରତ୍ୟେକ ଲୋକମାନଙ୍କ ତୁଳସୀ ଚଉରାରୁ ମାଟି ସ°ଗ୍ରହ କରି ପ୍ରଥମେ ବ୍ଳକ ଓ ଜିଲ୍ଲା ପରେ ରାଜ୍ୟ ରୁ ଆରମ୍ଭ କରି ଦିଲ୍ଲୀରେ ପହଞ୍ଚିବା ପରେ ଦିଲ୍ଲୀ ଠାରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ଠାରେ ପବିତ୍ର ମାଟି ସହିଦ୍ ସ୍ମାରକ ଉଦ୍ଦେଶ୍ୟରେ ଲଗାଯିବ ବୋଲିମୂଖ୍ୟ ଅତିଥି ଅଜୟ ସ୍ବାଇଁ (ପୋଷ୍ଟାଲ ଅଧିକାରୀ) ନେହେରୁ ଯୁବ କେନ୍ଦ୍ର ଓ ବସନ୍ତି ମଞ୍ଜରୀ ପାଠାଗାର ର ସମ୍ପାଦକ ରାମକୃଷ୍ଣ ମହାନ୍ତି, ସୋଲାର ସମ୍ପାଦକ ହରିଶ୍ଚଚନ୍ଦ୍ର ଦାସ ସହ ନିରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ