ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସୂର୍ଯ୍ୟ
କୋଦଳା, (ଗୁଲସନ୍ କୁମାର କର) :-ଗଂଜାମ ଜିଲ୍ଲା କୋଦଳା ଏନଏସି ରେ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ସୂର୍ୟ୍ୟ ନାରାୟଣ ନାୟକ। ସମସ୍ତ କାଉନସିଲର ମାନଙ୍କ ସହ ଏନ୍ ଏ ସି କାର୍ୟ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ସବୁ କର୍ମଚାରୀ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ । ଅଧ୍ୟକ୍ଷଙ୍କ ସହିତ ସମସ୍ତ କାଉନସିଲର ମାନଙ୍କୁ କାର୍ଯ୍ୟଳୟକୁ ପାଛୋଟି ନିଆଯାଇଥିଲା । ଦୀର୍ଘ ଦିନ ଧରି ବିନା ଅଧ୍ୟକ୍ଷରେ ଚାଲିଥିବା କୋଦଳା ଏନଏସି ଆଜି ବେଶ୍ ଚଳଚଞ୍ଚଳ ହୋଇ ପଡିଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷଙ୍କୁ କର୍ମଚାରୀ ମାନଙ୍କ ପରିଚୟ ପ୍ରଦାନ କରିଥିଲେ।ବିଜେପିର ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶୀନି, ପ୍ରମୋଦ କୁମାର ପଣ୍ଡା, ମୀରା ଦେଓକଂ ସମେତ ବହୁ ସମର୍ଥକ ଓ ପ୍ରଶଂସକ ମାନେ ଉପସ୍ଥିତ ରହି ସୂର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଥମ ଥର ପାଇଁ କୋଦଳା ଏନଏସିରେ ବିଜେପିର ବୃହତ୍ତ ବିଜୟ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ବିଜେପି ନେତା । ଏକ ଆଦର୍ଶ ଏନ୍ଏସି ଭାବେ କୋଦଳାକୁ ଗଢି ତୋଳିବା ସହ ସରକାରଙ୍କ ନିକଟରୁ ଆସୁଥିବା ସମସ୍ତ ଯୋଜନା ମାନ କିଭଳି ଜନ ସାଧାରଣଙ୍କ ନିକଟରେ ସୁରୁଖୁରୁରେ ପହଁଚିବା ନେଇ ଆପ୍ରାଣ ଚେଷ୍ଟା କରାଯିବ ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ନାୟକ ।


