କୋନିକା ମିନୋଲ୍ଟା ଇଣ୍ଡିଆ ପକ୍ଷରୁ ନୂଆ କଲର୍ ତଥା ମନୋକ୍ରୋମ୍ ଉତ୍ପାଦର ବଜାର ପ୍ରବେଶ
ନୂଆଦିଲ୍ଲୀ- କୋନିକା ମିନୋଲ୍ଟା ଇଣ୍ଡିଆ ପକ୍ଷରୁ ଏହାର କାରବାର ବୃଦ୍ଧି ପାଇଁ ମଲ୍ଟି ଫଙ୍କସନାଲ ରେଞ୍ଜ୍ର ସମ୍ପ୍ରସାରଣ ହିତ ନୂତନ କଲର ଏବଂ ମନୋକ୍ରାମ୍ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସମ୍ପ୍ରତି କମ୍ପାନୀ ଏ-୩ ରେଞ୍ଜ୍ରେ ୫ଟି ମନୋକ୍ରୋମ୍ ଏବଂ ୩ଟି କଲର ଉତ୍ପାଦର ବଜାର ପ୍ରବେଶ କରାଇଛି । ଏହା ସହିତ ଏ-୪ ରେଞ୍ଜ୍ରେ ୫ଟି ମଡେଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଡିଜିଟାଲ୍ ଟ୍ରାନ୍ସଫରମେସନ୍ କ୍ଷେତ୍ରରେ କମ୍ପାନୀ ବେଶ୍ ସଫଳ ରହିଥିବାବେଳେ ବଜାର ସ୍ଥିତ ତଥା ଗ୍ରାହକଙ୍କ ଉପଯୋଗୀ ଉତ୍ପାଦ ପ୍ରସ୍ତୁତିକୁ ଗୁରୁତ୍ୱ ପ୍ରଦାନ କରିଥାଏ ।