କୋଭିଡ୍ କେୟାର ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ ରାତିରେ ଶୁଣିଲେନି ; ସକାଳୁ ମୃତ୍ୟୁ ଘଟିଲା

କଟକ, (ଶ୍ରୀନିବାସ ରାଉତ):ଟାଙ୍ଗୀ ସ୍ଥିତ କୋଭିଡ୍ କେୟାର ସେଣ୍ଟରରେ ଗତ ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଥିବା କଟକ ଜୋବ୍ରା ଦାସ ସାହିର ଜଣେ ୬୨ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।ଚିକିତ୍ସା ଅବହେଳାରୁ ମାଆଙ୍କ ମୃତ୍ୟୁ ଘଟିଥିବା ପୁଅ ଅଭିଯୋଗ କରିଛନ୍ତି।ଅଭିଯୋଗ କାରୀଙ୍କ କହିବା କଥା ଗତ ମାସ ୨୭ ତାରିଖରେ କୋଭିଡ୍ ପରୀକ୍ଷାରୁ ତାଙ୍କ ମା’ଙ୍କ ଓ ଭାଇଙ୍କର କରୋନା ପଜିଟିଭ୍ ଆସିଥିଲା।ପରେ ପରୀକ୍ଷା ପରେ ପରିବାରର ଆଉ ୫ ଜଣଙ୍କ ପଜିଟିଭ୍ ଆସିଥିଲା।ତାଙ୍କ ବୃଦ୍ଧା ମା’ଙ୍କର ଫାଇଲେରିଆ ଥିଲା।ତାଙ୍କୁ ଗତ ୭ ତାରିଖ ରାତିରେ ମାଆଙ୍କର ଭିଷଣ କାଶ ହେବାରୁ ଚିକିତ୍ସା ଯୋଗାଇଦେବାକୁ ତାଙ୍କ ଭଉଣୀ ଓ ପରିବାର ଲୋକେ ଉପସ୍ଥିତ ଅଧିକାରୀଙ୍କୁ ଗୁହାରି କରିଥିଲେ।ହେଲେ କେହି ଶୁଣି ନଥିଲେ। ଏମିତିକି ଅଧିକାରୀଙ୍କୁ କହିବାରୁ ସେ ସକାଳେ ଅଶ୍ଵିନୀ ସ୍ଥାନାନ୍ତର କରାଯିବ କହିଥିଲେ।ମାତ୍ର ସକାଳେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା।ଏଠାରେ ଅକ୍ସିଜେନ୍ ବ୍ୟବସ୍ଥା ନଥିବାରୁ ମା’ଙ୍କ ମୃତ୍ୟୁ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।ଏନେଇ ସିଏମସି କଣ୍ଟ୍ରୋଲ୍ ରୁମ୍ ଅଧିକାରୀଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ।ସଚିବ ଲତାଶ୍ରୀ ବାଗ୍ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ