କୋଭିଡ ଆଇନ ଉଲଙ୍ଘନ;୫ ହଜାର ଟଙ୍କା ଜରିମାନା ଆଦାୟ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ସହରରେ କୋଭିଡ ଆଇନ ଉଲଙ୍ଘନ କରି ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନମାନିବା, ବାଇକରେ ଦୁଇ ବା ତିନି ଜଣ ଯିବା ଯୋଗୁଁ ମଙ୍ଗଳବାର ଦିନ ପ୍ରଶାସନ ପକ୍ଷରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ତହସିଲ କର୍ମଚାରୀ ଓ ପୋଲିସ ବାହିନୀ ପକ୍ଷରୁ ପୋଲସରା ରୋଡ଼ରେ ମିଳିତ କ୍ରିୟାନୁଷ୍ଠାନରେ ମାସ୍କ ପିନ୍ଧି ନଥିବା ଓ ବାଇକରେ ଦୁଇ ଓ ତିନି ଜଣ ବସି ଯାଉଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବା ସହ କରୋନା ସଚେତନତା ବାର୍ତ୍ତା ଦେଇ ଭବିଷ୍ୟତରେ ଭୁଲର ପୁନରାବୃତ୍ତି ନକରିବା ପାଇଁ ପରାମର୍ଶ ଦେଉଥିବା ଜଣାପଡିଛି। କୋଭିଡ ଆଇନ ସମ୍ପର୍କରେ ଆମେ ସମସ୍ତେ ଅବଗତି ଥିବା ବେଳେ ଯଦି ଜାଣିଶୁଣି ନିୟମ ମାନିବା ନାହଁ, ତେବେ କରୋନା ମହାମାରୀରୁ ରକ୍ଷା ମିଳିବା କଷ୍ଟସାଧ୍ୟ ହେବ, ଏହା ଜନସାଧାରଣ ଜାଣିବା ଜରୁରୀ ଅଟେ। ଘରେ ରହିବା, ଜରୁରୀ ଆବଶ୍ୟକ ପଡ଼ିଲେ ମାସ୍କ ପିନ୍ଧି ବାହାରକୁ ଯିବା ଓ ଘରକୁ ଫେରିଲେ ହାତ ସଫା କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ନିୟମକୁ ସମସ୍ତେ ପାଳନ କରିବା ଦ୍ୱାରା ଆମେ ନିଶ୍ଚିତ ଭାବେ କରୋନାକୁ ପରାଜୟ କରି ପାରିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ