କୋଭିଡ-୧୯ ନାଁରେ କେମିତି ହେଉଛି ଠକେଇ ?

୧. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସ୍ୱାସ୍ଥ୍ୟ ବିଭାଗ ନାଁରେ ମିଥ୍ୟା ସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରୁଛନ୍ତି ସାଇବର ଅପରାଧୀ । ଏଗୁଡ଼ିକ ପଢ଼ିବା ପାଇଁ ଇ-ମେଲରେ ପଠାଯାଉଛି । ଉକ୍ତ ଇ-ମେଲ ଖୋଲିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତିର ସମସ୍ତ ତଥ୍ୟ ସାଇବର ଅପରାଧୀ ବୋଲି କରି ନେଉଛନ୍ତି ।
୨. କରୋନା ଭାଇରସ ସମ୍ପର୍କିତ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି । ଯେମିତିକି କରୋନା ଭାଇରସ ମ୍ୟାପ, ରିଅଲ-ଟାଇମ କରୋନା ଭାଇରସ ଟ୍ରାକିଂ ଆପ, କରୋନା ଆଣ୍ଟି ଭାଇରସ ଇତ୍ୟାଦି ପ୍ରସ୍ତୁତ ହୋଇଛି । ଏଗୁଡ଼ିକ ମୋବାଇଲରେ ଡାଉନଲୋଡ କରିବାକୁ କୁହାଯାଉଛି । ମୋବାଇଲ ବ୍ୟବହାରକାରୀ ଏଗୁଡ଼ିକ ଡାଉନଲୋଡ କରିବା ମାତ୍ରକେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛନ୍ତି ।
୩. ବିଭିନ୍ନ ଅନଲାଇନ ସପିଂ ୱେବସାଇଟ ମାଧ୍ୟମରେ ମାସ୍କ, ସାନିଟାଇଜର, କରୋନା ଭାଇରସର ଭ୍ୟାକ୍ସିନ ଇତ୍ୟାଦି ବିକ୍ରି ଆଳରେ ଠକେଇ ହେଉଛି । କରୋନା ସ୍ପେସାଲ ଅଫର ନାଁରେ ବିଭିନ୍ନ ୱେବସାଇଟରେ ଉକ୍ତ ସାମଗ୍ରୀ ଗ୍ରାହକଙ୍କୁ ଅତି କମ ଦାମରେ ଯୋଗାଇ ଦେବାକୁ କୁହାଯାଉଛି । ତେବେ ଗ୍ରାହକ ସେଗୁଡ଼ିକୁ କିଣିବା ପାଇଁ ଟଙ୍କା ଜମା କରିବା ମାତ୍ରକେ ଠକେଇର ଶିକାର ହେଉଛି ।
୪. କରୋନା ଭାଇରସରେ ଆକ୍ରାନ୍ତ ପରିବାର ଲୋକଙ୍କୁ ଦାଦା ବଟି ମାଗୁଛନ୍ତି ସାଇବର ଅପରାଧୀ । ସେମାନଙ୍କୁ ଇ-ମେଲ ଏବଂ ମୋବାଇଲ ମ୍ୟାସେଜରେ ଧମକ ପଠାଉଛନ୍ତି ।
ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରି ଲୋକଙ୍କ ମଧ୍ୟରେ ଆତଙ୍କ ବି ସୃଷ୍ଟି କରାଯାଉଛି । ଏଗୁଡ଼ିକୁ ହ୍ୱାଟସ ଆପ ଏବଂ ଟେଲିଗ୍ରାମ ଭଳି ସୋସିଆଲ ନେଟୱାର୍କିଂ ସାଇଟରେ ଭାଇରାଲ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ