କୋରିୟର ପିକ୍ଅପ୍ ଧକ୍କାରେ ବାଇକ ଆରୋହୀ ମୃତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଶୁଖିଲାଆମ୍ବ ମୁକ୍ତି ନଗର ଠାରେ କୋରିୟର ପିକ ଅପ ଭ୍ୟାନ ଧକାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ଅଡବା ଗାଁର ସୁଜିତ ନାୟକ (୧୯) l ତେବେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ରାସ୍ତାରେ ଶବ ରଖି ୩୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ l ଫଳରେ ବ୍ରହ୍ମପୁର ଠାରୁ ରାୟଗଡା ଯାତାୟତ ଠପ ହୋଇଯାଇଥିଲା l ଉଭୟ ପଟକୁ ୫୦ ରୁ ଅଧିକ ଗାଡି ଅଟକି ରହିଥିଲା l ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ ସେଠି, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ l ତେବେ ଗାଡି ମଲିକ ଘଟଣା ସ୍ଥଳକୁ ଆସି କ୍ଷତିପୂରଣ ନଦେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ ଧରି ବସିଥିଲେ l ଏହାପରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେବା ପରେ ସନ୍ଧ୍ୟା ପ୍ରାୟ ସାଢେ 6 ଟାରେ ଦୀର୍ଘ 6 ଘଣ୍ଟା ପରେ ଲୋକେ ରାସ୍ତା ରୋକରୁ ହଟିଥିଲେ l ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ଭ୍ୟାନ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି l ପୁଲିସ ସୂତ୍ରରୁ ମିଳିଥିଲା ସୂଚନା ପ୍ରକାରେ ରବିବାର ଅପରାହ୍ନ ୧ଟା ସମୟରେ ଏକ କୋରିଅର ବୋଝେଇ ପିକ ଅପ୍ ଭ୍ୟାନ୍ ଅଡବା ରୁ ଦିଗପହଣ୍ଡି ଯାଉଥିଲା l ଏହି ସମୟରେ ଅଡବା ଗାଁର ସୁଜିତ ବାଇକ ଯୋଗେ ମୋହନା ରୁ ଅଡବା ଯାଉଥିବା ବେଳେ ଶୁଖିଲାଆମ୍ବ ଛକ ମୁକ୍ତି ନଗର ନିକଟରେ ଭ୍ୟାନ ସହ ମୁହାଁ ମୁହିଁ ଧକା ହୋଇଥିବା l ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ସୁଜିତଙ୍କ ମୃତ୍ୟୁ ଘଟିଛି l ମୃତକ ମୋହନା ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟର ଛାତ୍ର l ଦୁର୍ଘଟଣା ପରେ କ୍ଷତି ପୂରଣ ଦାବି ରେ ଉତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି ବ୍ରହ୍ମପୁର -ରାୟଗଡା କୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥ କୁ ମୁକ୍ତି ନଗର ଠାରେ ଅବରୋଧ କରିଛନ୍ତି ଫଳରେ ଉକ୍ତ ରାସ୍ତାଦେଇ ଯାତାୟତ ଠପ୍ ହୋଇପଡିଛି l ତେବେ ମୃତକଙ୍କ ପରିବାରକୁ ରାଜସ୍ବ ନିରୀକ୍ଷକ ସରସ୍ବତୀ ପାଇକ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ l ଏଥିସହ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେବା ରାସ୍ତା ରୋକ ହଟିଥିଲା l